odisha24 Live

Latest News

Latest News

Author name: RatnaManjari Mohanty

ଅପରାଧ

ଚାମେଲିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଏବଂ ଫଳ ଘୋଷଣା ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ।ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି । ସୂଚନାଥାଉକି, କିଛି ଦିନ ତଳେ ତିଖିରି ପଞ୍ଚାୟତର କିଛି ସମିତିସଭ୍ୟ, […]

ଦେଶ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା

ଉତ୍ତରାଖଣ୍ଡ: ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର ଜଳସ୍ରୋତରେ ଚମୋଲି ଜିଲ୍ଲା ଅଧୀନ ନୀତି ଉପତ୍ୟକା ଅଞ୍ଚଳରେ ଥିବା ଏକ ଲୁହା ପୋଲ କିଛି ସେକେଣ୍ଡ ମଧ୍ୟରେ ଭାସିଯାଇଛି। ଏହି ଘଟଣାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କାଦୁଅ ମିଶ୍ରିତ ପ୍ରବଳ ଜଳସ୍ରୋତ ନଦୀ ମଧ୍ୟଦେଇ

ବିଦେଶ

ତାତିରେ ସିଝୁଛି ଆମେରିକା

ୱାସିଂଟନ: ଆମେରିକାରେ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଜୁଲାଇ ମାସଟି ଆମେରିକା ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ ସୃଷ୍ଟି କରିଛି। ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ ରେକର୍ଡର ଶୀର୍ଷରେ ରହିଛି। ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଏହା ଘୋଷଣା କରିଛି। ଏହା ବ୍ୟତୀତ, ବର୍ତ୍ତମାନ ଆମେରିକାର କାଲିଫର୍ନିଆ ଏବଂ ନେଭାଡା ରାଜ୍ୟର ସୀମାର ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା

ରାଜନୀତି

୨ଟା ଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ : ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ । ଲୋକସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ମାତ୍ର ୪ ମିନିଟ ଚାଲିପାରିଥିଲା ଗୃହ । ପରେ ଗୃହର ଅଚଳ ଅବସ୍ଥା ଜାରି ରହିଥିଲା । ଏନେଇ ବାଚସ୍ପତି ଓମ ବିର୍ଲା ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରିଥିଲେ । ଜୁଲାଇ ୨୦ ତାରିଖରେ ହୋଇଥିବା ପରୀକ୍ଷା ଅନିୟମିତତା ବିରୋଧରେ ପ୍ରତିବାଦ ସମୟରେ ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଦେଶ

ସ୍ୱାଧୀନତା ଦିବସରେ ପ୍ରଥମ ଥର ଗାନ ହେବ ‘ବନ୍ଦେ ମାତରମ’

ନୂଆଦିଲ୍ଲୀ : ସ୍ୱାଧୀନତା ପରଠାରୁ ଲାଲକିଲ୍ଲାରେ କେବଳ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଉଥିବା ବେଳେ, ଏଥର ପ୍ରଥମ ଥର ପାଇଁ ‘ବନ୍ଦେ ମାତରମ’ ଗାନ ହେବ । ୨୦୨୬ ମସିହାର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଗାନ କରାଯିବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା

ରାଜ୍ୟ

ଆକ୍ସନ ମୁଡ଼ରେ ପରିବହନ ବିଭାଗ

ଭୁବନେଶ୍ୱର : ଏଣିକି ବୈଧ ବୀମା ନଥିଲେ ଆଉ ତ୍ରାହି ନାହିଁ । ବିଶେଷକରି ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚଳାଚଳ କରୁଥିବା

ରାଜ୍ୟ

ମାଟିରେ ମିଶିବ ନୀଳାଦ୍ରି ବିହାର

ଭୁବନେଶ୍ୱର : ଜବରଦଖଲକାରୀଙ୍କ ବିରୋଧରେ ବିଏମସି ବିଡିଏର କଡ଼ା ପଦକ୍ଷେପ । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ ଘର ମଧ୍ୟରୁ ୩୩୦ଟି ଘର ଜବର ଦଖଲ ଉଚ୍ଛେଦ କରାଯିବା ପାଇଁ ହୋଇଛି ପ୍ରସ୍ତୁତି । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ ହାଉସରେ ଦୀର୍ଘ ଦିନ ଧରି ଲୋକମାନେ ରହିଥିବାବେଳେ ସେମାନଙ୍କୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ଯୋଗେଇଛନ୍ତି ସରକାର ।ହେଲେ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ

ପାଣିପାଗ

ସାରା ରାଜ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର : ମାଡି ଆସୁଛି ପ୍ରଳୟଙ୍କରୀ ବର୍ଷା। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି। ଏହି ଘୂର୍ଣ୍ଣିବଳୟ ଆହୁରି

ବିଦେଶ

ଥରିଲା କଲମ୍ବିଆ

ବୋଗୋଟା : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଝଟକା । ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଅଟ୍ଟାଳିକା। ଭଗ୍ନାବଶେଷ ତଳେ ଚାପି ହୋଇ ଚାଲିଗଲା ଅନେକ ଜୀବନ। ସୋମବାର କଲମ୍ବିଆରେ ଶକ୍ତିଶାଳୀ ଭୂକମ୍ପ ୭.୪ ତୀବ୍ରତାର ସହ ଅନୁଭୂତ ହେବା ସହ ଅତିକମରେ 132 ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି 600 ଲୋକ ଗୁରୁତର ଆହାତ ହୋଇଛନ୍ତି । ଶତାଧିକ ବିଲ୍ଡିଂ ନଷ୍ଟ ହେବା ସହ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା

ବାସ୍ତୁ ଓ ରାଶିଫଳ

ମାସ ଶେଷକୁ ପକେଟ୍‌ ଖାଲି ହୋଇଯାଉଛି କି ?

ସକାଳେ ଉଠିବା ଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଯାହା ବି କିଛି କରନ୍ତି, ସବୁଥିପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ କ୍ଷୀର ପ୍ୟାକେଟ୍‌ କିଣିବା ହେଉ କି ଚା ପିଇବା, ଯାତାୟତ ପାଇଁ ହେଉ କି ମୋବାଇଲ ରିଚାର୍ଜ, ଏଥିପାଇଁ ଛୋଟ-ବଡ଼ ପରିମାଣର ଖର୍ଚ୍ଚ ହୋଇଥାଏ । ତେବେ କିଛି ଛୋଟ ଛୋଟ ଖର୍ଚ୍ଚ କୀଟ ସଦୃଶ ହୋଇଥାଅନ୍ତି, ଯେହା ଛୋଟ ହେଲେ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ

Scroll to Top