odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ନେପାଳର ବିଦ୍ୟୁତ୍ ସଙ୍କଟ ଦୂର ପାଇଁ ଭାରତର ବଡ଼ ପଦକ୍ଷେପ

ନେପାଳ : ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ନେପାଳରେ ଦେଖାଦେଇଥିବା ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଭାରତ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳକୁ ଅଧିକ ବିଜୁଳି ରପ୍ତାନି କରିବା ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି ।ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ନେପାଳର ଅନେକ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଘରୋଇ ସ୍ତରରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିବାରୁ […]

ଦେଶ

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା:କଳା, କାରିଗରୀ ଓ ସ୍ଥାନୀୟ ଉତ୍ପାଦକୁ ମିଳିବ ନୂଆ ପରିଚୟ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀବାସୀଙ୍କ ସୁବିଧା ସହ ସାରା ଦେଶର କାରିଗରଙ୍କ ଉନ୍ନତି ପାଇଁ ଦୁଇଟି ବଡ଼ ପଦକ୍ଷେପ ଘୋଷଣା କରିଛି ଦିଲ୍ଲୀ ସରକାର। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପିତାମପୁରାର ପୁରୁଣା ଦିଲ୍ଲୀ ହାଟ ସ୍ଥାନରେ ଏକ ନୂତନ ‘ୟୁନିଟି ମଲ୍’ ନିର୍ମାଣ କରିବାର ଯୋଜନା ବିଷୟରେ ସୂଚନା ଦେଇଛନ୍ତି।ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଦିଲ୍ଲୀ ପର୍ଯ୍ୟଟନ ଓ ପରିବହନ ବିକାଶ ନିଗମ ଦ୍ୱାରା ଏହି

ବାଣିଜ୍ୟ

ସୁନା ଦରକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ଆଗାମୀ ପର୍ବପର୍ବାଣି ଓ ବିବାହ ଋତୁରେ ଘରୋଇ ଚାହିଦା ବୃଦ୍ଧି ପାଇଲେ ଦର ପୁନର୍ବାର ବୃଦ୍ଧି ପାଇପାରେ।କିଛି ବିଶେଷଜ୍ଞ ଆଗାମୀ ମାସଗୁଡ଼ିକରେ ଦରରେ ବଡ଼ ଧରଣର ବୃଦ୍ଧି ହେବାର ଆକଳନ କରିଛନ୍ତି। ଅଜୟ କେଡିଆଙ୍କ ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ୧୦ ଗ୍ରାମ ସୁନାର ମୂଲ୍ୟ ୧.୬ ଲକ୍ଷ ଟଙ୍କା ଏବଂ ବର୍ଷ ଶେଷ ସୁଦ୍ଧା ୧.୮ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିପାରେ। ସେହିପରି ରୂପା ଦର ମଧ୍ୟ ପ୍ରତି କିଲୋଗ୍ରାମ ପିଛା ୩

ବିଦେଶ

ଯୁଦ୍ଧ ଶେଷ ଓ ଶାନ୍ତି ପ୍ରତିଷ୍ଠା ନେଇ ବଢ଼ୁଛି ଆଶା

ଓ୍ବାଶିଂଟନ : ବର୍ଷ ବର୍ଷ ଧରି ଜାରି ରହିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ। ପରସ୍ପର ଉପରେ ଚାଲିଛି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ। ଯୁଦ୍ଧର ଭୟାବହତା ମଧ୍ୟରେ ଅନେକ ନିରୀହ ଜୀବନ ହରାଉଛି, ଶାନ୍ତି ଫେରିବା ନେଇ ବଢ଼ୁଛି ଚିନ୍ତା। ନିକଟରେ ୟୁକ୍ରେନ ଋଷର କିଛି ବଡ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରିଥିଲା । ତେବେ ଏବେ ଏପରି ସ୍ଥାନକୁ ଟାର୍ଗେଟ୍ ନକରିବାକୁ ୟୁକ୍ରେନ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ପରେ

ପାଣିପାଗ

ବର୍ଷାର ଝରଣା ଧୀରେ ଧୀରେ ଥମିବ, ମୌସୁମୀ ନେବ ବିଦାୟ

ଭୁବନେଶ୍ୱର : ବର୍ଷା ଋତୁର ବିଦାୟ ସହ ଧୀରେ ଧୀରେ ଆରମ୍ଭ ହେବ ଶରତର ଆଗମନ। ଆସନ୍ତା ୧୯ ତାରିଖରୁ ଧୀରେ ଧୀରେ ପଛକୁ ଫେରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଥମେ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ନେଇ ଆଇଏମଡିର ପୂର୍ବାନୁମାନ କରିଛି ।ତେବେ ଲେଉଟାଣି ପୂର୍ବରୁ ବଙ୍ଗୋପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ମାସ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି

ରାଜ୍ୟ

ସମ୍କୁ ମୋର ନୂଆଁଖାଇ ଜୁହାର୍’ — ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ‘ସମ୍କୁ ମୋର ନୂଆଁଖାଇ ଜୁହାର୍’ କହି ସେ ନୂଆଁଖାଇକୁ ଓଡ଼ିଶାର ମାଟି, ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟ ଜଗନ୍ନାଥ, ଜୟ ମାଁ ସମ୍‌ଲେଇ‘ସମ୍କୁ ମୋର ନୂଆଁଖାଇ ଜୁହାର୍’ । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ, ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା

ସଂସ୍କୃତି

ଆଜି ନୂଆଁଖାଇ ପର୍ବ : ନୂଆ ଆଶା ଓ ନୂଆ ସ୍ୱପ୍ନର ଶୁଭାରମ୍ଭ

ଭୁବନେଶ୍ବର : ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ । ପଶ୍ଚିମ ଓଡ଼ିଶାର ଘରେ ଘରେ ଉତ୍ସବର ମାହୋଲ । ନୂଆ ଧାନ, ନୂଆ ଆଶା ଆଉ ନୂଆ ଉତ୍ସାହକୁ ନେଇ ପାଳନ ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ଏହି ପର୍ବ। ଚାଷୀ ନିଜ ପରିଶ୍ରମର

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ। ‌ ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶତ୍ରୁ ଆପଣଙ୍କ ଆଗରେ ନତମସ୍ତକ ହେବେ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌ ମିଥୁନ: ମହତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ

ରାଜ୍ୟ

ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ ଛୁଆ; ଅସୁସ୍ଥ ଶାବକକୁ ନେଇ ଚିନ୍ତା

ଭୁବନେଶ୍ୱର : ପୁଣି ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ । ନନ୍ଦନକାନନରେ ଗୋଟିଏ ଓରାଙ୍ଗଉଟାନ କୁ ଜ୍ୱର ହୋଇଛି । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ । ସେପଟେ ସଂଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ ରହିଛନ୍ତି

ରାଜନୀତି

ୟୁସିସିକୁ ନେଇ ମନମୋହନଙ୍କ ବଡ଼ ବୟାନ; ଗୃହମନ୍ତ୍ରୀଙ୍କ ବୟାନ ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ

ଭୁବନେଶ୍ୱର : ୟୁସିସିକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ । ରାଜ୍ୟ ପାଇଁ ଆବଶ୍ୟକ ବୋଲି ଗୃହ ମନ୍ତ୍ରୀ ଶାହ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ୟୁସିସି ଲାଗୁ ହେବା ସମୟର ଆହ୍ୱାନ ଏବଂ ଏହା ଦେଶର ବିକାଶ ତଥା ସମାନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ମନମୋହନ ସାମଲ କହିଛନ୍ତି ଯେ ୟୁସିସି

Scroll to Top