odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

Powerful fighter aircraft crashes

ଆମେରିକା : ଆମେରିକାକୁ ବଡ଼ ଝଟ୍‌କା। ଆମେରିକାର କାଲିଫର୍ନିଆରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଲଢୁଆ ବିମାନ ଏଫ୍-୩୫-ବି ଦୁର୍ଘଟଣାଗ୍ରସ୍ତ ହୋଇଛି। ସାନ ଡିଏଗୋରମାରିନ କର୍ପସ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ କର୍ପସର ଏଫ-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଆମେରିକୀୟ ଅଧିକଆରୀମାନେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ଏକ କ୍ଲାସ- ଏ ଦୁର୍ଘଟଣା ବୋଲି କୁହାଯାଇଛି । ଯାହା ଦୁର୍ଘଟଣାର ସବୁଠାରୁ ଗମ୍ଭୀର ବର୍ଗ । ବିମାନଟି ମାରିନ ଏୟାରକ୍ରାଫ୍ଟ ଗ୍ରୁପ-୧୧ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା । ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାର ବେସରେ ଖସିବା ପରେ ବିମାନଟି ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା । ତୃତୀୟ ମାରିନ ଏୟାର କ୍ରାଫ୍ଟ ୱିଙ୍ଗ ଏକ ବିବୃତିରେ କହିଛି ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବାହାରକୁ ବାହାରି ଆସିଥିଲେ । ତାଙ୍କର ଜୀବନ ପ୍ରତି କୌଣସି ବିପଦ ନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆମେରିକୀୟ ସେନା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ଏହା ହେଉଛି ଏକ ପଞ୍ଚମ ପିଢିର ଲଢୁଆ ବିମାନ । ଏହା ଏଫ- ୩୫ର ଏକ ସର୍ଟ- ଟେକ -ଅଫ ଏବଂ ଭର୍ଟିକାଲ – ଲ୍ୟାଣ୍ଡିଂ ସଂସ୍କରଣ । ଏହା ମୁଖ୍ୟତଃ ଆମେରିକା ମାରିନ କର୍ପସ ଦ୍ୱାରା ପରିଚାଳିତ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top