odisha24 Live

Latest News

Latest News

ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ: ଟ୍ରମ୍ପ

ଆମେରିକା ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ଏବଂ ଯୁଦ୍ଧକୁ ନେଇ ସାଧାରଣ ନାଗରିକଙ୍କ ଅସନ୍ତୋଷ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଭୟଙ୍କର ସାମରିକ ଚେତାବନୀ ଦେଇଛନ୍ତି। ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନ ବିରୋଧରେ ଆହୁରି କଠୋର ପଦକ୍ଷେପ ନେଇପାରେ। ମୁଁ ଇରାନର ଅବଶିଷ୍ଟ ଭାଗକୁ ଧ୍ୱଂସ କରିବାକୁ ଚାହୁଁନାହିଁ, କିନ୍ତୁ ଆବଶ୍ୟକ ପଡ଼ିଲେ ମୋତେ ଏହା କରିବାକୁ ପଡ଼ିପାରେ। ଆପଣମାନେ ଅତି ଶୀଘ୍ର ଏହା ଜାଣିପାରିବେ, ବୋଲି ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏହାସହ ଆମେରିକାର ଅନୁମତି ବିନା ଇରାନ ନିଜର ପରମାଣୁ କାର୍ୟ୍ୟକ୍ରମରେ ଗୋଟିଏ ପାଦ ବି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

ଦୀର୍ଘ ୮ ମାସ ଧରି ଚାଲିଥିବା ଏହି ଯୁଦ୍ଧ ଯୋଗୁଁ ଆମେରିକାରେ ତୈଳ ଦର ଅତ୍ୟାଧିକ ବୃଦ୍ଧି ପାଇଛି, ଯାହା ମିଡଟର୍ମ ନିର୍ବାଚନରେ ଡେମୋକ୍ରାଟ୍ସଙ୍କ ଜୟର ପ୍ରମୁଖ କାରଣ ପାଲଟିଥିଲା। ତେବେ ରାଜନୈତିକ ଚାପ ସତ୍ତ୍ୱେ ଟ୍ରମ୍ପ ସାମରିକ ବିକଳ୍ପକୁ ଖୋଲା ରଖିଛନ୍ତି। ଅପରପକ୍ଷରେ, ଇରାନ କାତାର ମାଧ୍ୟମରେ ଆମେରିକାକୁ ଏକ ନୂତନ ପରମାଣୁ ପ୍ରସ୍ତାବ ପଠାଇଛି। ତେବେ ଆମେରିକା ଉପରୁ ପ୍ରତିବନ୍ଧକ ହଟାଇବା, ବାଜ୍ୟାପ୍ତ ସମ୍ପତ୍ତି ଫେରାଇବା ଏବଂ ଯୁଦ୍ଧ କ୍ଷତିପୂରଣ ଦେବା ଦାବିକୁ ପୂରଣ କଲେ ହିଁ ଶାନ୍ତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ୍ ସ୍ପଷ୍ଟ କରିଦେଇଛି। ବର୍ତ୍ତମାନ ହୋର୍ମୁଜ୍ ପ୍ରଣାଳୀରେ ତୈଳ ଟ୍ୟାଙ୍କର୍ ଉପରେ ବିସ୍ଫୋରଣ ଏବଂ ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀଙ୍କ ଜାହାଜ ଆକ୍ରମଣ ଯୋଗୁଁ ଯୁଦ୍ଧାଞ୍ଚଳ ଆହୁରି ବ୍ୟାପକ ହେବାରେ ଲାଗିଛି। ଇ

Share In Social Media
Scroll to Top