odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

LPG gas price reduced

ନୂଆଦିଲ୍ଲୀ: ମାସର ଆରମ୍ଭରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଲଗାତାର ଭାବେ ବଢିଲା ପରେ ଦେଶବାଶୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି । ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ଯାଏଁ ହ୍ରାସ କରିଛନ୍ତି । ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨ ହଜାର ୮୭୨.୫୦ ଟଙ୍କା ହୋଇଛି । ଘରୋଇ ଗ୍ୟାସର ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିଥିବା ର ସୂଚନା ମିଳିନାହିଁ । ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି , ଯାହା ଫଳରେ ଏହାର ନୂତନ ମୂଲ୍ୟ ୨୭୩୮ ଟଙ୍କା ହୋଇଛି । ପୂର୍ବରୁ ଦିଲ୍ଲୀରେ ୨୯୩୦ ଥିଲା । ଏହି ସିଲିଣ୍ଡରଗୁଡିକ ହୋଟେଲ, ରେଷ୍ଟୁରାଣ୍ଟ , ଢାବା, କ୍ୟାଟରିଂ ସେବା ଇତ୍ୟାଦି ପ୍ରଦାନ କରୁଥିବା ବ୍ୟବସାୟଗୁଡିକ ଦ୍ୱାରା ବ୍ୟବହୃତ ହୁଏ । ଚଳିତ ବର୍ଷ ଜାନୁଆରୀ ମାସରୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ନିରନ୍ତର ବୃଦ୍ଧି ପାଇଥିଲା। ଗତ ବର୍ଷ ଡିସେମ୍ବର ୧ ତାରିଖରେ ଏହି ସିଲିଣ୍ଡରର ମୂଲ୍ୟ ୧୫୮୦.୫୦ ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ଏହା ୧୬୯୧.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା। ତା’ପରେ ଫେବ୍ରୁଆରିରେ ଏହାକୁ ୧୭୪୦.୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ମାସରେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଏହାର ମୂଲ୍ୟ ଦୁଇଥର ବୃଦ୍ଧି କରାଯାଇଥିଲା।

Share In Social Media

Leave a Comment

Your email address will not be published. Required fields are marked *

Scroll to Top