odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

Restive Jammu and Kashmir

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର କୁଲଗାମରେ ଶ୍ରମିକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଛତିଶଗଡ଼ର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସରକାର ପିଡୀତ ପରିବାର ସହିତ ଠିଆ ହୋଇଛି । ମିଳିଥିବା ସୂଚନାନୁଯାୟୀ ,ଶୁକ୍ରବାର ବିଳମ୍ବିତସନ୍ଧ୍ୟାରେ କୁଲଗାମର କେଲମରେ ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନଙ୍କୁ ଆକ୍ରମଣକାରୀମାନେ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଫଳରେ ଏହି ଆକ୍ରମଣରେ ୨୪ ବର୍ଷୀୟ ଦୀପକ ରାତ୍ରେଙ୍କ ମୃତ୍ୟୁ ହୋଇଥିଲାବେଳେ ୨୮ ବର୍ଷୀୟ ଭୂପେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ଭୂପେନ୍ଦ୍ରଙ୍କୁ ପ୍ରଥମେ ଅନନ୍ତନାଗକୁ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ସୌରାର SKIMS ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ ଚିକିତ୍ସା ସମୟରେ ଭୂପେନ୍ଦ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରିବା ସହ ସରକାର ପିଡୀତ ପରିବାର ସହିତ ଠିଆ ହୋଇଛି ବୋଲି କହିଛନ୍ତି । ଜଣେ ଶ୍ରମିକ ଚିକିତ୍ସାଧୀନ ଥିବା ସମୟରେ ସିଏମ୍ ସାଇ ଏହି ପୋଷ୍ଟ କରିଥିଲେ । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, କାଶ୍ମୀରର କୁଲଗାମରେ ହୋଇଥିବା କାପୁରୁଷ ଆତଙ୍କବାଦୀ ଆକ୍ରମଣରେ ଛତିଶଗଡ଼ର ଜଣେ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନ୍ୟ ଜଣେ ଶ୍ରମିକଙ୍କ ଆହତ ହେବାର ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଛତିଶଗଡ଼ ସରକାର ପୀଡିତଙ୍କ ପରିବାର ସହିତ ଠିଆ ହୋଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top