odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ବଦଳିଲା ଭାରତୀୟହକି ଦଳର ପୋଷାକ

ନୂଆଦିଲ୍ଲୀ : ଏଫଆଇଏଚ୍ ହକି ବିଶ୍ବକପ୍ ୨୦୨୬ ପୂର୍ବରୁ ଭାରତୀୟ ଟିମ୍‌ର ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ ହକିର ପରିଚୟ ବର୍ଷ ବର୍ଷ ଧରି ନୀଳ ଜର୍ସି ସହ ଜଡ଼ିତ ରହିଛି । ତେଣୁ ବିଶ୍ୱକପ୍ ପରି ବଡ଼ ମଞ୍ଚ ପୂର୍ବରୁ ହଠାତ୍ ଏଭଳି ରଙ୍ଗ ପରିବର୍ତ୍ତନର ଯୁକ୍ତି କଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।ତାଙ୍କ ମତରେ, ଦଳର ପାରମ୍ପରିକ ପରିଚୟକୁ ବଜାୟ ରଖିବା ଉଚିତ୍ । ଅନ୍ୟପଟେ, ହକି ଇଣ୍ଡିଆ ପକ୍ଷରୁ ୨୦୨୬ ବିଶ୍ୱକପ୍ ପାଇଁ ଏହି ନୂଆ କିଟ୍‌କୁ ଉନ୍ମୋଚନ କରାଯାଇଛି । ଭାରତୀୟ ପୁରୁଷ ଓ ମହିଳା ଦଳ ନେଦରଲ୍ୟାଣ୍ଡ ଓ ବେଲଜିୟମରେ ହେବାକୁ ଥିବା ବିଶ୍ୱକପ୍‌ରେ ଏହି ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ । ସୋସିଆଲ୍ ମିଡିଆରେ ମଧ୍ୟ ଏହି ଜର୍ସିକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି । କେତେକ ପ୍ରଶଂସକ ନୂଆ ଡିଜାଇନ୍‌କୁ ସ୍ୱାଗତ କରିଥିବା ବେଳେ, ଆଉ କେତେକ ଭାରତୀୟ ହକିର ପାରମ୍ପରିକ ନୀଳ ଜର୍ସିକୁ ବଜାୟ ରଖିବା ସପକ୍ଷରେ ମତ ରଖିଛନ୍ତି । ଫଳରେ ବିଶ୍ୱକପ୍ ପୂର୍ବରୁ ଟିମ୍‌ର ପ୍ରଦର୍ଶନ ଠାରୁ ଅଧିକ ଜର୍ସିର ରଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top