odisha24 Live

Latest News

Latest News

ନ୍ୟୁଜିଲାଣ୍ଡ ମାଟିରେ ଗୁରନୁର କମାଲ

ୱେଲିଂଟନ: ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଘରୋଇ ଦଳକୁ ମାତ୍ର ୧୩୪ ରନ୍‌ରେ ଅଲଆଉଟ କରିଦେଇଛି। ନ୍ୟୁଜିଲାଣ୍ଡ ଦଳ ୪୧ ଓଭରରେ ସମସ୍ତ ଉଇକେଟ ହରାଇଥିଲା। ଭାରତୀୟ ଯୁବ ଦ୍ରୁତ ବୋଲର ଗୁରନୁର ବରାର ନିଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ୧୦ ଓଭରରେ ୩୦ ରନ ଦେଇ ୪ଟି ଉଇକେଟ ନେଇଛନ୍ତି।

ଭାରତ ପକ୍ଷରୁ ଆକିବ ନବି, ଅଂଶୁଲ କାମ୍ବୋଜ ଓ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ନେଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୫୫ ରନ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ୱେଲିଂଟନ୍‌ରେ ୪ଟି ଉଇକେଟ ନେଇ ଗୁରନୁର ବରାର ଏକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ କ୍ରିକେଟ୍‌ରେ ଜଣେ ଭାରତୀୟ ଦ୍ରୁତ ବୋଲରଙ୍କ ଦ୍ୱାରା ଏହା ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ଏହି ତାଲିକାରେ ଜବଗଲ ଶ୍ରୀନାଥଙ୍କ ନାଁ ଶୀର୍ଷରେ ରହିଛି।

Share In Social Media
Scroll to Top