odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

୬୭ତମ ଜନ୍ମଦିନ ପାଳନ କଲେ ସଞ୍ଜୟ

ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିର ଭିଲିଆନ୍ ସଞ୍ଜୟ ଦତ୍ତ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାମାନେ ତ୍ରିଶାଳା, ଇକ୍ରା ଏବଂ ଶାହରାନ୍ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବାପାଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।ସଞ୍ଜୟ ଦତ୍ତଙ୍କ ପୁଅ ଶାହରାନ୍ ଏକ ପୋଷ୍ଟ ସେୟାର କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ବାପ-ପୁଅ ଧଳା ଡ୍ରେସ ପିନ୍ଧି ଡ୍ୟାସିଂ ଲୁକରେ ନଜର ଆସିଛନ୍ତି । ଏଥିସହ ସେ ଏହି ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ନୋଟ୍ ମଧ୍ୟ ଳେଖିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଦୁନିଆର ସବୁଠାରୁ ଭଲ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା । ସବୁବେଳେ ମୋ ସାଥ୍ ଦେଉଥିବାରୁ, ମୋତେ ସପୋର୍ଟ କରୁଥିବାରୁ ଏବଂ ସବୁଦିନ ମତେ ପ୍ରେରଣା ଦେଉଥିବା ପାଇଁ ତୁମକୁ ଧନ୍ୟବାଦ । ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ପ୍ରଚୁର ଖୁସି ଏବଂ ଆଗାମୀ ବର୍ଷ ସୁନ୍ଦର ହେଉ । ତୁମକୁ ବହୁତ ବହୁତ ଭଲପାଇବା । ପୁଅର ଏହି ପୋଷ୍ଟର ଉତ୍ତର ଦେଇ ସଞ୍ଜୟ ଦତ୍ତ ଲେଖିଛନ୍ତି ଯେ, ମୁଁ ତୁମକୁ ବହୁତ ଭଲ ପାଏ ଏବଂ ସବୁବେଳେ ତୁମ ସହିତ ଛିଡା ହେବି ।ସଞ୍ଜୟ ଦତ୍ତଙ୍କ ଝିଅ ଇକ୍ରା ମଧ୍ୟ ତାଙ୍କ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଇକ୍ରା ତାଙ୍କ ବାପା ସଞ୍ଜୟଙ୍କ ସହ ଏକ ପିଲାଦିନର ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ସେ ତାଙ୍କ ବାପାଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି ।
ଏଥିସହ ସେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ହାପି ବର୍ଥଡେ ପାପା । ସବୁବେଳେ ମୋ ସହିତ ରହିବା, ମୋତେ ସପୋର୍ଟ କରିବା ଏବଂ ମୋ ମୁହଁରେ ସବୁବେଳେ ହସ ଆଣୁଥିବା ପାଇଁ ଧନ୍ୟବାଦ । ତୁମକୁ ଆମ ଜୀବନରେ ପାଇ ବହୁତ ଖୁସି ଅନୁଭବ କରୁଛି । ମୁଁ ଆଶା କରୁଛି ତୁମର ଜନ୍ମଦିନ ବହୁତ ଖୁସି ଏବଂ ପ୍ରେମରେ ପରିପୂର୍ଣ୍ଣ ହେଉ । ତୁମକୁ ବହୁତ ଭଲ ପାଏ, ପାପା।
ଅନ୍ୟପଟେ ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମିତ ବଡ଼ ଝିଅ ତ୍ରିଶଳା ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top