odisha24 Live

Latest News

Latest News

ଖୁବଶୀଘ୍ର ମହିଳାମାନଙ୍କୁ ମିଳିବ ୨୫ଶହ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀର ମହିଳାମାନଙ୍କ ପାଇଁ ଖୁସି ଖବର । ପ୍ରତିମାସରେ ମିଳିବ୨୫ ଶହ ଟଙ୍କା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି ।ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତିମାସରେ ୨,୫୦୦ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, କିନ୍ତୁ ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ଖର୍ଚ୍ଚ କରିବା ପାଇଁ ମିଳିବ ନାହିଁ। ସରକାର ଚାହାଁନ୍ତି ଯେ ଏହି ଟଙ୍କାର ଏକ ବଡ଼ ଅଂଶ ସଞ୍ଚୟ ଏବଂ ନିବେଶରେ ଯାଉ, ଯାହାଦ୍ୱାରା ଭବିଷ୍ୟତ ପାଇଁ ଏକ ଭଲ ପାଣ୍ଠି ପ୍ରସ୍ତୁତ ହୋଇପାରିବ।
ଆବେଦନ କରିବେ କେମିତି
-ଦିଲ୍ଲୀରେ ଲକ୍ଷ୍ମୀ ଯୋଜନା ପୋର୍ଟାଲ ଅଗଷ୍ଟ ୧ ତାରିଖରେ ଲଞ୍ଚ ହେବ । ଏହି ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ।
-ମହିଳା ଆବେଦନକାରୀଙ୍କୁ ଆବେଦନ କରିବା ସମୟରେ ଏକ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ ପଡ଼ିବ।
-ମହିଳାଙ୍କୁ ଏହି ଫର୍ମରେ ପ୍ରମାଣପତ୍ର ଦେବାକୁ ପଡ଼ିବ ଯେ, ସେ ଅତି କମରେ ଗତ ୧୦ ବର୍ଷ ଧରି ଦିଲ୍ଲୀର ବାସିନ୍ଦା ହୋଇଥିବେ।
– ମହିଳାଙ୍କ ବୟସ ୨୧ ରୁ ୬୦ ବର୍ଷ ହୋଇଥିବ ।
-ମହିଳା ଆବେଦନକାରୀଙ୍କର କୌଣସି ଅପରାଧିକ ରେକର୍ଡ ନଥିବ ।
– ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ ଅଧିକ ହୋଇନଥିବ ।
ଏହି ଯୋଜନା ଦ୍ବାରା ଆର୍ଥିକ ଭାବେ ଦୁର୍ବଳ ଥିବା ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲାଭ ମିଳିବ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମାର୍ଚ୍ଚ ୨୦୨୬-୨୭ ଆର୍ଥିକ ବଜେଟ ବେଳେ ଏହି ଯୋଜନା ପାଇଁ ୫,୧୦୦ କୋଟି ଟଙ୍କା ଆବଣ୍ଟିତ କରିଥିଲେ ।

Share In Social Media
Scroll to Top