odisha24 Live

Latest News

ସରକାର ବାଛିବେ ଗାଡି ରଙ୍ଗ

ତୁର୍କମେନିସ୍ତାନ : ଗାଡ଼ି ଆପଣଙ୍କର, ଟଙ୍କା ବି ଆପଣଙ୍କର… କିନ୍ତୁ ରଙ୍ଗ ବାଛିବା ଅଧିକାର ରହିବ ସରକାରଙ୍କର! ଏମିତି ନିୟମ ତୁର୍କମେନିସ୍ତାନରେ ରହିଛି ।ଏସିଆର ତୁର୍କମେନିସ୍ତାନ। ତୁର୍କମେନିସ୍ତାନର ରାଜଧାନୀ ଆଶଗାବାଟରେ ଗାଡ଼ିର ରଙ୍ଗ ବେଶ୍ ଗୁରୁତ୍ୱପୂର୍ଣ୍ଣ! ଏଠାରେ ବର୍ଷ ବର୍ଷ ଧରି କଳା ଗାଡ଼ିକୁ ନେଇ କଟକଣା ରହିଆସିଛି ।ତୁର୍କମେନିସ୍ତାନ କଠୋର ଏବଂ ଅସାଧାରଣ ନିୟମ ପାଇଁ ଜଣାଶୁଣା । କିନ୍ତୁ ଦେଶର ସବୁଠାରୁ କଠୋର ପ୍ରତିବନ୍ଧକଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଗାଡ଼ିର ରଙ୍ଗକୁ ନେଇ କଟକଣା । କଳା ଗାଡ଼ିକୁ ନେଇ ରାଜଧାନୀ ଆଶଗାବାଟରେ ପ୍ରତିବନ୍ଧକ ଲାଗିଛି । ସେଠାକାର କର୍ତ୍ତୃପକ୍ଷ ଧଳା ଏବଂ ଅନ୍ୟାନ୍ୟ ହାଲୁକା ରଙ୍ଗର ଯାନବାହନ ଉପରେ ଜୋର ଦେଇଛନ୍ତି । ଏହି ଅସାଧାରଣ ନିୟମ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଡିତ, ଯିଏପୂର୍ବତନ ରାଷ୍ଟ୍ରପତି ଧଳା ରଙ୍ଗକୁ ଶୁଭ ଓ ପବିତ୍ରତାର ପ୍ରତୀକ ଭାବେ ଦେଖୁଥିଲେ। ଯେତେବେଳେ କଳା ରଙ୍ଗକୁ ଦେଖୁଥିଲେ ଦୁର୍ଭାଗ୍ୟ ସହ ଯୋଡୁଥିଲେ।

ଏଠାକାର ପୁର୍ବ ରାଷ୍ଟ୍ରପତିଙ୍କୁ ଧଳା ରଙ୍ଗ ପସନ୍ଦ, ତେଣୁ କଳା ରଙ୍ଗ ଯାନବାହାନ ପ୍ରତି ପ୍ରତିବନ୍ଧକ ଲାଗିଛି । ରିପୋର୍ଟ ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ବିଶ୍ୱାସ କରୁଥିଲେ ଯେ, ଧଳା ରଙ୍ଗ ପବିତ୍ରତା ଏବଂ ସୌଭାଗ୍ୟ ଆଣିଥାଏ । କିନ୍ତୁ କଳା ରଙ୍ଗ ଦୁର୍ଭାଗ୍ୟ ସହିତ ଜଡିତ । ଏହି ବିଶ୍ୱାସ ଆଶଗାବାଟରେ ଧଳା ଏବଂ ଅନ୍ୟାନ୍ୟ ଉଜ୍ଜ୍ୱଳ ରଙ୍ଗର ଯାନବାହନ ପସନ୍ଦ କରୁଥିବା ଅଧିକାରୀମାନଙ୍କୁ ପ୍ରଭାବିତ କରିଥିଲା । ଏହି କାରଣରୁ ରାଜଧାନୀରେ କଳା ଯାନବାହନ ରଖିବା ଏବଂ ବ୍ୟବହାର କରିବା ଧୀରେ ଧୀରେ କମିବାକୁ ଲାଗିଲା ।
ଏହି ନିଷେଧ ଅନେକ ବର୍ଷ ଧରି ଚାଲି ଆସୁଛି । ୨୦୧୫ ମସିହାରେ, ସରକାର କଳା ଯାନବାହନ ଆମଦାନୀ ଉପରେ ନିଷେଧ ଘୋଷଣା କରିଥିଲେ । ଯାହା ଫଳରେ ଦେଶକୁ ଏପରି ଯାନବାହନ ଆଣିବା କଷ୍ଟକର ହୋଇଯାଇଥିଲା । ୨୦୧୮ରେ ରଙ୍ଗ ଉପରେ ପ୍ରତିବନ୍ଧକ ଉଲ୍ଲଂଘନ କରୁଥିବା ଯାନବାହନ ମାଲିକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବା ଭଳି ନିୟମ ଆସିଲା । ଫଳରେ କଳା ଯାନବାହନର ମାଲିକମାନେ ସେମାନଙ୍କର ଯାନଗୁଡ଼ିକୁ ଫେରାଇବା କିମ୍ବା ପୁନଃ ରଙ୍ଗ କରିବାକୁ ବାଧ୍ୟ ହୋଇଥିଲେ ।ତୁର୍କମେନିସ୍ତାନ ଏକ ମଧ୍ୟ ଏସୀୟ ଦେଶ । ଯାହା ଏକ ନିୟନ୍ତ୍ରିତ ରାଜନୈତିକ ଏବଂ ସାମାଜିକ ପରିବେଶ ପାଇଁ ଜଣାଶୁଣା । ଏହାର ରାଜଧାନୀକୁ ସତର୍କତାର ସହିତ ଏକ ସ୍ୱତନ୍ତ୍ର ସ୍ଥାପତ୍ୟ ଉପରେ ଗୁରୁତ୍ୱ ଦେଇ ବିକଶିତ କରାଯାଇଥିଲା ।

Share In Social Media
Scroll to Top