odisha24 Live

Latest News

ଆଜିର ରାଶିଫଳ

ମେଷ ରାଶି : ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ପାରିବାରିକ ସଦ୍ଭାବ ବଜାୟ ରହିବ ଏବଂ ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ। ଆର୍ଥିକ କାରବାର ସମୟରେ ସାବଧାନ ରୁହନ୍ତୁ।
ବୃଷ ରାଶି : ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ଏଥିରୁ ଲାଭ ମିଳିବାର ସମ୍ଭାବନା ଅଛି। ନିଜ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦେବା ଆବଶ୍ୟକ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ।
ମିଥୁନ ରାଶି : କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ନୂତନ ଆୟର ପନ୍ଥା ମିଳିପାରେ।ଶୁଭ ରଙ୍ଗ: ସବୁଜ।
କର୍କଟ ରାଶି : ମନ ପ୍ରସନ୍ନ ରହିବ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ସମ୍ମାନ ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଭଲ ପ୍ରଦର୍ଶନ କରିବେ।
ସିଂହ ରାଶି : ରୋଜଗାର ପାଇଁ ନୂଆ ସୁଯୋଗ ମିଳିବ।କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଘରର ବଡ଼ମାନଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।
କନ୍ୟା ରାଶି : ପୂଜାପାଠ ଓ ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ବିତିବ।ମାଆ ଏବଂ ପତ୍ନୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ବିଦେଶରେ ବ୍ୟବସାୟ ସ୍ଥାପନ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହୋଇପାରେ।
ତୁଳା ରାଶି: ଆପଣ ନିଜକୁ ଅଧିକ ଊର୍ଜାବାନ ଅନୁଭବ କରିବେ। କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ।ଚାକିରିଜୀବୀମାନଙ୍କୁ କାମରେ ଉତ୍ତମ ଫଳ ମିଳିବ।
ବିଛା ରାଶି: କାର୍ଯ୍ୟାଳୟରେ ପରିବେଶ ଅନୁକୂଳ ରହିବ ଏବଂ ସହକର୍ମୀଙ୍କ ସହଯୋଗ ମିଳିବ।ସମାଜର ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ ରାଶି: କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଜନା ସଫଳ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି, ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ହସଖୁସିର ମାହୋଲ ରହିବ।
ମକର ରାଶି : ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ପାର୍ଟନରସିପ୍ ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ସ୍ଥିତି ଉତ୍ତମ ରହିବ।
କୁମ୍ଭ ରାଶି : ନୂତନ ଦାୟିତ୍ୱ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କର ପରିଶ୍ରମର ଫଳ ମିଳିବ ଏବଂ ପ୍ରଶଂସିତ ହେବେ।ଶୁଭ ରଙ୍ଗ: ନୀଳ।
ମୀନ ରାଶି : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପଡ଼ୋଶୀ କିମ୍ବା ବନ୍ଧୁମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ।ଶିକ୍ଷାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ଅଟେ।

Share In Social Media
Scroll to Top