odisha24 Live

Latest News

Latest News

ଆଇପିଏସ୍ ଭୂମିକାରେ ଆସିବେ ନଜର ସାଇ ପଲ୍ଲବୀ

ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ରାମାୟଣରେ ସୀତାଙ୍କ ଭୂମିକାରେ ନଜର ଆସିବା ପରେ ଏବେ ସାଇ ଏକ ଭିନ୍ନ ଅବତାରରେ ନଜର ଆସିବେ । ସାଇଙ୍କ ଆଗାମୀ ଫିଲ୍ମ ଓମ୍: ଚାପ୍ଟର ୧- ଉଧିରମ୍: ଦ ବ୍ଲଡ୍ ଉଡ୍’ରେ ସେ ଜଣେ IPS ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଏହି ଚରିତ୍ର ପାଇଁ ତାଙ୍କୁ ନିଜର ଲମ୍ବା କେଶ କାଟିବାକୁ ପଡ଼ିଛି । ଆଉ ସାଇଙ୍କ ନୂଆ ଲୁକ୍ ଦେଖି ତାଙ୍କ ମା ବାପା ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଫିଲ୍ମ ’ଓମ୍: ଚାପ୍ଟର ୧- ଉଧିରମ୍’ରେ ସାଇ ପଲ୍ଲବୀ ନିତ୍ୟା ରେଡ୍ଡୀ ନାମକ ଜଣେ IPS ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ତାଙ୍କୁ ଲାଲ ଚନ୍ଦନ କାଠର ବେଆଇନ ଚାଲାଣ ଘଟଣାର ତଦନ୍ତ ଦାୟିତ୍ୱ ମିଳିଛି । ଆଉ ନୂଆ ଦାୟିତ୍ବ ପାଇଁ ସାଇ ନୂଆ ଲୁକ୍ ଆପଣାଇଛନ୍ତି । ସାଇ ଚୁଟି କାଟିବା ପରେ ଭିଡିଓ କଲ୍ ମାଧ୍ୟମରେ ନିଜ ମା’ଙ୍କୁ ନୂଆ ଲୁକ୍ ଦେଖାଇଥିଲେ । ଯାହାକୁ ଦେଖିବା ପରେ ବାପା ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରାଜକୁମାର ପେରିୟାସାମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧନୁଷ ଜଣେ କାଠ କଟାଳି ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ଶ୍ରୀଲୀଳା ଓ ସଞ୍ଜୟ ସ୍ୱରୂପ ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନେତା ନସିରୁଦ୍ଦିନ ଶାହ ମଧ୍ୟ ଏହି ପ୍ରୋଜେକ୍ଟର ଅଂଶ ହୋଇଛନ୍ତି । ଧନୁଷଙ୍କ ପ୍ରଯୋଜନା ସଂସ୍ଥା ୱଣ୍ଡରବାର ଫିଲ୍ମସ୍ ଅଧୀନରେ ଏହି ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମଟି ୨୦ ନଭେମ୍ବର ୨୦୨୬ରେ ସିନେମା ହଲ୍କୁ ଆସିବ । 

Share In Social Media
Scroll to Top