odisha24 Live

Latest News

Latest News

ସିଆରପିଏଫ ଯବାନଙ୍କ ସହ ପହଞ୍ଚିଲା ଟିମ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିିନିକିଆ ବୁଧବାରଠାରୁ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ ଇଡେନ୍‌ ପାର୍କରେ ଖେଳାଯିବ। ୨୦୨୭ ଦିନିକିଆ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଉଭୟ ଦଳ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ରହିବ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ମହାରଥୀ ଥିବାରୁ ଭାରତୀୟ ବ୍ୟାଟିଂ ବେଶ୍‌ ଶକ୍ତିଶାଳୀ ଅଛି। ଭାରତୀୟ ବ୍ୟାଟିଂ ଲାଇନ୍‌ରେ ରୋହିତ, ଗିଲ୍‌, କୋହଲି, ଶ୍ରେୟସ ଆୟର ଓ ୱିକେଟ୍‌ ରକ୍ଷକ କେ.ଏଲ୍‌. ରାହୁଲ ଖେଳିବେ। ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ଗୁର୍‌ନୁର ବ୍ରାର ପେସ୍‌ ଆକ୍ରମଣ ଭାର ସମ୍ଭାଳିବେ। ନମନ ଧୀର, ନୀତୀଶ କୁମାର ରେଡ୍‌ଡୀ ଓ ଅକ୍ଷର ପଟେଲ ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରିବେ। ନ୍ୟୁଜିଲାଣ୍ଡର ଓପ୍‌ନର ଡେଭନ କନ୍‌ୱେ ପ୍ରଥମ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। କନ୍‌ୱେ ଅଭ୍ୟାସ କରୁଥିବା ବେଳେ ମ୍ୟାଟ୍‌ ହେନରୀଙ୍କ ସହ ଧକ୍କା ହୋଇଥିଲେ। କନ୍‌ୱେଙ୍କ ମୁଣ୍ଡ ବୁଲାଉଥିବାରୁ ତାଙ୍କୁ ପ୍ରଥମ ମ୍ୟାଚରୁ ବାଦ୍‌ ଦିଆଯାଇଛି। ୱିଲ୍‌ ୟଙ୍ଗ୍‌ଙ୍କ ସହ ହେନ୍‌ରୀ ନିକୋଲ୍‌ସ କିମ୍ବା ଟିମ୍‌ ସୈଫର୍ଟ ଓପନ୍‌ କରିବେ। ୫ନଂ ସ୍ଥାନରେ ଟମ୍‌ ଲାଥାମ୍‌ ଖେଳିବେ। ଦୁଇ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ହେଲେ ଅଧିନାୟକ ମିଚେଲ ସାଣ୍ଟ୍‌ନର ଓ ମାଇକେଲ ବ୍ରେସ୍‌ୱେଲ। ଫିଟ୍‌ ଘୋଷିତ ହେଲେ ମ୍ୟାଟ୍‌ ହେନରୀ ଖେଳିବେ; ଅନ୍ୟଥା ବ୍ଲେୟାର ଟିକ୍‌ନର ତାଙ୍କ ସ୍ଥାନ ନେବେ। କାଏଲ୍‌ ଜେମିସନ୍, ଜାକବ୍‌ ଡଫି ଓ ନାଥାନ୍ ସ୍ମିଥ୍‌ ଅନ୍ୟ ୩ ପେସ୍‌ ବୋଲର।

Share In Social Media
Scroll to Top