
ମୁମ୍ବାଇ : ରଣବୀର କପୁରଙ୍କ ଫିଲ୍ମ ରାମାୟଣ ଆଜି ସିନେମା ହଲରେ ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅଭିନେତ୍ରୀ ଲାରା ଦତ୍ତା ମାତା କୈକେୟୀଙ୍କ ଭୂମିକାରେ ନଜର ଆସିଛନ୍ତି । ଏହି ଅବସରରେ ନିଜ ଖୁସି ବ୍ୟକ୍ତ କରିବା ସହ ସେ ତାଙ୍କ ସ୍ୱର୍ଗତ ପିତାଙ୍କୁ ମନେ ପକାଇଛନ୍ତି । ଯଦି ଆଜି ତାଙ୍କ ବାପା ତାଙ୍କ ସହ ଥାଆନ୍ତେ, ତେବେ ନିଶ୍ଚିତ ଭାବେ ଗର୍ବ ଅନୁଭବ କରିଥାଆନ୍ତେ ବୋଲି ଲାରା କହିଛନ୍ତି ।
ଅଭିନେତ୍ରୀ ଲାରା ଦତ୍ତା ନିଜ ଇନଷ୍ଟାଗ୍ରାମରେ କୈକେୟୀଙ୍କ ଚରିତ୍ରରେ ଥିବା କିଛି ଫଟୋ ସେୟାର କରିଛନ୍ତି । ଏହା ସହିତ ଲେଖିଛନ୍ତି, ବହୁ ବର୍ଷ ପୂର୍ବେ ଏକ ସ୍ୱପ୍ନ ଭାବେ ଆରମ୍ଭ ହୋଇଥିବା ଯାତ୍ରା ଆଜି ବାସ୍ତବ ରୂପ ନେଇଛି । ଏକ ଐତିହାସିକ ଓ କାହାଣୀର ଅଂଶ ହେବା ତାଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ।
ନିଜ ପୋଷ୍ଟର ଶେଷରେ ପିତାଙ୍କୁ ମନେ ପକାଇ ଲାରା ଲେଖିଛନ୍ତି, ଆଜି ମୋତେ ମୋ ବାପାଙ୍କ କଥା ବହୁତ ମନେ ପଡ଼ୁଛି । ସେ ଆଜି ମୋ ସହ ଥାଆନ୍ତେ ଏବଂ ଏହି ଫିଲ୍ମକୁ ଦେଖିପାରିଥାଆନ୍ତେ । କିଛି କାହାଣୀ କେବଳ ଶୁଣିବା ପାଇଁ ନୁହେଁ, ବରଂ ସେଗୁଡ଼ିକୁ ଜୀବନ୍ତ କରିବା, ଅନୁଭବ କରିବା ଏବଂ ନିଜ ଭିତରେ ସାଇତି ରଖିବା ପାଇଁ ହୋଇଥାଏ । ରାମାୟଣ ମଧ୍ୟ ସେହିଭଳି ଏକ କାହାଣୀ । ଜୟ ଶ୍ରୀରାମ ।
ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ଏବଂ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କୁ ଲାରା ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସହ-କଳାକାର ଏବଂ ଫିଲ୍ମର ପୂରା ଟିମ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ରବି ଦୁବେ, ସୀତା ଭୂମିକାରେ ସାଇ ପଲ୍ଲବୀ ମୁଖ୍ୟ ଭୂମିକାରେ ରହିଛନ୍ତି ।





