odisha24 Live

Latest News

Latest News

ଗେମିଂ ନିଶାରେ ଅପରାଧର ଜାଲ!

 ଅନଲାଇନ୍ ଗେମିଂ ଓ ବେଟିଂରେ ଟଙ୍କା ଲଗାଇ ସର୍ବସ୍ୱ ହରାଉଛନ୍ତି ଯୁବପିଢ଼ି। ଏପରିକି ଟଙ୍କା ହରାଇବା ପରେ ଅପରାଧ ଘଟାଇବାକୁ ମଧ୍ୟ ପଛାଉନାହାନ୍ତି। ଅନଲାଇନ୍ ବେଟିଂରେ ଟଙ୍କା ହରାଇ ଲୁଟ୍ ଉଦ୍ୟମ କରି ଜଣେ ସଫ୍ଟୱେର୍ ଇଞ୍ଜିନିୟର ଗିରଫ ହେବା ପରେ ଏବେ ଯୁବପିଢ଼ିଙ୍କୁ ସତର୍କ କରାଇଛନ୍ତି ଭୁବନେଶ୍ୱର ଡିସିପି ଡ. ସର୍ବଣା ବିବେକ ଏମ୍। 

ଅନଲାଇନ୍ ଗେମିଂ ଓ ବେଟିଂ ଏବେ ଯୁବପିଢ଼ିଙ୍କ ପାଇଁ ବଡ଼ ବିପଦ ପାଲଟିଛି। ଧୀରେ ଧୀରେ ଏହା ନିଶାରେ ପରିଣତ ହେଉଛି। ଟଙ୍କା ଜିତିବା ଆଶାରେ ଖେଳି ଚାଲୁଛନ୍ତି, ହେଲେ ଶେଷରେ ହରାଉଛନ୍ତି ନିଜର କଷ୍ଟ ଅର୍ଜିତ ରୋଜଗାର। ଏପରିକି ଏହି ନିଶାରେ ପଡ଼ି କିଛି ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସ୍ ଟଙ୍କା ହେରଫେର କରୁଥିବା ଅଭିଯୋଗ ମଧ୍ୟ ରହିଛି। 

ତେଣୁ ଅଧିକ ଟଙ୍କା ରୋଜଗାରର ମିଥ୍ୟା ପ୍ରଲୋଭନରେ ନପଡ଼ି ଏଭଳି ଅନଲାଇନ୍ ଗେମିଂ ଓ ବେଟିଂଠାରୁ ଦୂରେଇ ରହିବାକୁ ଯୁବପିଢ଼ିଙ୍କୁ ସଚେତନ କରାଇଛନ୍ତି ଭୁବନେଶ୍ୱର ଡିସିପି। ଏଥିସହ ଏଭଳି ବେଆଇନ୍ ଆପ୍ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି।

Share In Social Media
Scroll to Top