odisha24 Live

Latest News

Latest News

୧୭ରେ ଭୀଷଣ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ପୁଣି ଓଡ଼ିଶା ଉପରେ ବାତ୍ୟା ଭୟ । ଦକ୍ଷିଣ-ପୂର୍ବ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ‘ଲଘୁଚାପ’ ଅବପାତରେ ପରିଣତ ହୋଇଛି।

ଏହି ଅବପାତ ନଭେମ୍ବର ୧୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ଅର୍ଥାତ୍ ନଭେମ୍ବର ୧୭ ତାରିଖ ସୁଦ୍ଧା ଏହା ଆହୁରି ଶକ୍ତିଶାଳୀ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ସୂଚନା ଦେଇଛି।ରବିବାର ସକାଳ ୫.୩୦ ସମୟରେ ଜାରି କରାଯାଇଥିବା ଆଇଏମଡି ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏକ ଅବପାତରେ ପରିଣତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀଟି ବର୍ତ୍ତମାନ ଦକ୍ଷିଣ-ପୂର୍ବ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ, ୯.୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୬.୯ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଛି।

Share In Social Media
Scroll to Top