odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ

ରାଜ୍ୟ

ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ : ପୁରୀ: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବା ସହ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ୪ ଆଶ୍ରମକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ଶେଷ ପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇବେ । ଠାକୁରେ ପାଟପତନୀ ସୁନା ହରଡ଼ମାଳ ଓ ଚୂଳ

ରାଜ୍ୟ

ପଦୋନ୍ନତି ପାଇଥିବା ୧୪ ଆଇଏଏସ୍‌ଙ୍କୁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି

ଭୁବନେଶ୍ବର: ନିକଟରେ OASରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୪ ଜଣ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୪ ଜଣ OAS ଅଧିକାରୀଙ୍କୁ ସରକାର ଗ୍ରେଡ ପଦୋନ୍ନତି ଦେଇଛନ୍ତି ।ସାଧାରଣ ପ୍ରଶାସନ

ରାଜ୍ୟ

ଓଡ଼ିଶାକୁ ସେମିକନ୍‌ ଭେଟି: ଆସିବ ୨୩,୬୦୦ କୋଟିର ନିବେଶ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହୋଇଥିବା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଦେଶୀୟ ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି । କଟକ ନରାଜ ହେବ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍। ୮୭୦ ଏକର ପରିମିତ ଜମିରେ ଏଠାରେ ‘ଓଡ଼ିଶା ସିଲିକନ୍ ଭାଲି’

ରାଜ୍ୟ

‘ତମାଖୁମୁକ୍ତ’ ହେଲା ଲୋକସେବା ଭବନ ପରିସର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ତଥା ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଏବଂ ତମାଖୁର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଜାରି

ରାଜ୍ୟ

ଦିଲ୍ଲୀରେ ଓଡ଼ିଶା ଷ୍ଟଲ୍‌ର ଉଦ୍‌ଘାଟନ କଲେ ସିଏମ୍ ମୋହନ ମାଝୀ

ନୂଆଦିଲ୍ଲୀ : ନିବେଶ ଆକର୍ଷଣ ଏବଂ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଉଚ୍ଚସ୍ତରୀୟ ସମ୍ମିଳନୀର ଉଦ୍‌ଘାଟନ କରାଯାଇଛି । ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀ ଯାଇଛି ।ଏହି ଅବସରରେ ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରତିନିଧିମାନଙ୍କ

ରାଜ୍ୟ

ନିଜ ସ୍ୱାର୍ଥ ପାଇଁ ଠାକୁରଙ୍କୁ ବି ଛାଡିଲେନି : ନୀତିକାନ୍ତି ସବୁ ବନ୍ଦ

ଭୁବନେଶ୍ୱର : ଉପାସରେ ପୁଣି ଲିଙ୍ଗରାଜ । ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ସେବାୟତ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି ।ସୂଚନା ଅନୁଯାୟୀ, ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି। ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଏଣେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା

ରାଜ୍ୟ

ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ। ଆନୁଷ୍ଠାନିକ ଭାବେ କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗତ ଜୁନ୍ ମାସରେ ସ୍ବେଚ୍ଛାକୃତ ଭାବରେ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଗତ ସପ୍ତାହରେ ରାଜ୍ୟ ସରକାର ନିଜର ମଞ୍ଜୁରୀ ଦେବା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଇଥିଲେ

ରାଜ୍ୟ

ଆଲୋକମାଳାରେ ଝଲସୁଛି ବନ୍ଦର ନଗରୀ: ପାରାଦୀପରେ ବିଶ୍ବକର୍ମା ପୂଜା ମାହୋଲ

ପାରାଦୀପ : ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା। ଆଜି ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ । ଉତ୍ସବ ମୁଖର ବନ୍ଦର ନଗରୀ ପାରାଦୀପ । ମୋଟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ଆଜି ସକାଳୁ ବିଭିନ୍ନ ଅନୁଷ୍ଠାନ କଳସ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ତୋରଣକୁ ଆକର୍ଷଣୀୟ କରିବାକୁ ଲାଗି ପଡ଼ିଛନ୍ତି ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା । କେଉଁଠି

ରାଜ୍ୟ

ଆରମ୍ଭ ହେଲା ‘ସେବା ସଂକଳ୍ପ ଅଭିଯାନ’:ମେଗା ରକ୍ତଦାନ ଶିବିର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ମୋଦୀଙ୍କ ଜନସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ଏହି ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି।ଆଜି ଏହି ଶିବିରରୁ ୬,୫୦୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର

Scroll to Top