odisha24 Live

Latest News

Latest News

ନିଜ ସ୍ୱାର୍ଥ ପାଇଁ ଠାକୁରଙ୍କୁ ବି ଛାଡିଲେନି : ନୀତିକାନ୍ତି ସବୁ ବନ୍ଦ

ଭୁବନେଶ୍ୱର : ଉପାସରେ ପୁଣି ଲିଙ୍ଗରାଜ । ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ସେବାୟତ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି ।
ସୂଚନା ଅନୁଯାୟୀ, ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି। ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଏଣେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା ନକରି ପାରି ନିରାଶ ହୋଇ ଫେରୁଛନ୍ତି । ବାରମ୍ବାର ଉପାସରେ ରହୁଛନ୍ତି ମହାପ୍ରଭୁ । ଯାହାକୁ ଖପ୍ପା ଅଛନ୍ତି ସାଧାରଣ ଲୋକେ । ଭୋରୁ ଭୋରୁ ଆସି ଲାଇନରେ ଛିଡ଼ା ହୋଇ ନିରାଶ ହେଉଛନ୍ତି ।ଏହି ଖବର ଶୁଣି କିଛି ଶ୍ରଦ୍ଧାଳୁ କ୍ଷୋଭ କରିବା ସହ ସେବାୟତଙ୍କ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ।

ଅନ୍ୟପଟେ ଶ୍ରଦ୍ଧାଳୁମାନେ କହିଛନ୍ତି, ସଂକ୍ରାନ୍ତି ପରିକା ଦିନରେ ଏଭଳି କରିବା ଅଶୋଭନୀୟ । ସେବାୟତମାନେ ବିଶେଷ କରି ସ୍ୱତନ୍ତ୍ର ଦିନ ମାନଙ୍କରେ ହିଁ ନୀତି ବିଭ୍ରାଟ କରୁଛନ୍ତି । ଯାହା ପୂରାପୂରି ଭାବେ ଅକ୍ଷମଣୀୟ ତ୍ରୁଟି । ନିଜ ସ୍ୱାର୍ଥ ପାଇଁ ବିବାଦ କରି ଠାକୁରଙ୍କୁ ଭୋକ, ଉପାସ ଆଉ ଅନିଦ୍ରା ରଖିବାକୁ ଏମାନେ ପଛାଉ ନାହାନ୍ତି ।

Share In Social Media
Scroll to Top