odisha24 Live

Latest News

Latest News

ବିଦେଶ

ବିଦେଶ

ଇରାନର କଡ଼ା ସର୍ତ୍ତ

ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆନ୍ତର୍ଜାତିକ ଜଳପଥ ହର୍ମୁଜ୍ ପ୍ରଣାଳୀ ନିୟନ୍ତ୍ରଣକୁ ନେଇ ଇରାନ ପକ୍ଷରୁ କଡ଼ା ସର୍ତ୍ତ ରଖାଯାଇଛି। ଇରାନ ସ୍ପଷ୍ଟ କରିଛି ଯେ କେବଳ ଓମାନ ମାଧ୍ୟମରେ ହେଉଥିବା ଆଲୋଚନା ଯଥେଷ୍ଟ ନୁହେଁ ଏବଂ ଜାହାଜ ଚଳାଚଳ କିମ୍ବା ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ଏହାର ସାମରିକ ଓ କୂଟନୈତିକ ସର୍ତ୍ତ ମାନିବାକୁ ପଡ଼ିବ। ସୂଚନା ଅନୁଯାୟୀ , ଇରାନୀ ଆଲୋଚନାକାରୀ ଦଳଙ୍କ ପକ୍ଷରୁ ଜଣାପଡ଼ିଛି ଇରାନ […]

ବିଦେଶ

ଇରାନ-ଆମେରିକା ଡିଲ୍: ପାକିସ୍ତାନ ପାଇଁ ଚିନ୍ତା

ଓ୍ବାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ବୁଝାମଣା କିମ୍ବା ଡିଲ୍ ପାକିସ୍ତାନ ପାଇଁ ଭୌଗଳିକ-ରାଜନୈତିକ ଏବଂ ଆର୍ଥିକ ଚିନ୍ତା ବଢ଼ାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଇରାନ ସହ ଆଲୋଚନା ଉଦ୍ୟମ ଆଗକୁ ବଢ଼ୁଛି ଏବଂ ଏଥିରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ( ୟୁଏଇ) ଓ କତାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ତେବେ ଟ୍ରମ୍ପଙ୍କ ବୟାନରେ ପାକିସ୍ତାନର ନାଁ ନଥିବାରୁ କୂଟନୈତିକ ମହଳରେ ଚର୍ଚ୍ଚା ବଢ଼ିଛି ।ଟ୍ରମ୍ପଙ୍କ

ବିଦେଶ

ନେତାନ୍ୟାହୁଙ୍କ ପ୍ରଶଂସାରେ ମୋଦୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଭାରତ ଓ ଇସ୍ରାଏଲ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗକୁ ସ୍ୱୀକାର କରିଛନ୍ତି।ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି । କଠିନ ସମୟରେ ଭାରତ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନେତନ୍ୟାହୁ କହିଛନ୍ତି, ‘ଆମକୁ ଆହୁରି ମଜବୁତ ବନ୍ଧୁତ୍ୱ ଓ ସହଯୋଗୀ

ବିଦେଶ

ଟ୍ରମ୍ପ ଅଟକାଇଲେ ଇରାନ ଆକ୍ରମଣ

ୱାଶିଂଟନ: ଇରାନ ଉପରେ ବଡ଼ ଆକ୍ରମଣ ଯୋଜନାରୁ ଓହରି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ସାଉଦି ଆରବ, ୟୁଏଇ, କତାର ଓ ଇରାନ ସହିତ କୂଟନୀତିକ ପ୍ରୟାସ ଯୋଗୁ ଇରାନ ଉପରେ ଆକ୍ରମଣ ବନ୍ଦ କରିବାକୁ ବାଧ୍ୟ କରିଥିଲା । ମୁଖ୍ୟ ଗଲ୍ଫ ଦେଶଗୁଡ଼ିକର ଯୋଗାଯୋଗ ପରେ ଆମେରିକୀୟ ସାମରିକ ଆକ୍ରମଣ ବନ୍ଦ କରିବା ପରେ ଏହା ଏକ ନୂତନ କୂଟନୀତିକ ପ୍ରୟାସକୁ ସଙ୍କେତ କରୁଛି । ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି,

ବିଦେଶ

Powerful fighter aircraft crashes

ଆମେରିକା : ଆମେରିକାକୁ ବଡ଼ ଝଟ୍‌କା। ଆମେରିକାର କାଲିଫର୍ନିଆରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଲଢୁଆ ବିମାନ ଏଫ୍-୩୫-ବି ଦୁର୍ଘଟଣାଗ୍ରସ୍ତ ହୋଇଛି। ସାନ ଡିଏଗୋରମାରିନ କର୍ପସ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ କର୍ପସର ଏଫ-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଆମେରିକୀୟ ଅଧିକଆରୀମାନେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ଏକ କ୍ଲାସ- ଏ ଦୁର୍ଘଟଣା ବୋଲି କୁହାଯାଇଛି । ଯାହା ଦୁର୍ଘଟଣାର ସବୁଠାରୁ ଗମ୍ଭୀର ବର୍ଗ

ବିଦେଶ

ଇଜିପ୍ଟ ବନ୍ଦରରେ ଲାଗିଲା ନିଆଁ

ଆମେରିକା : ମଧ୍ୟପ୍ରାଚ୍ୟରେ ସଂଘର୍ଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇଜିପ୍ଟର ଭୂମଧ୍ୟ ସାଗର ଉପକୂଳରେ ଥିବା ଡାମିଏଟା ବନ୍ଦରରେ ଏକ ଆମେରିକୀୟ ମାଲିକାନାର ଗ୍ୟାସ୍ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା । ବନ୍ଦର କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ପ୍ରାଥମିକ ସୂଚନା ଅନୁସାରେ ଡ୍ରୋନ୍‌ଟି ସିଧାସଳଖ ଜାହାଜକୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା। ତେବେ ଏହି

ବିଦେଶ

ରୁଷର ଭୟାବହ ଆକ୍ରମଣରେ ୟୁକ୍ରେନ୍ କମ୍ପି ଉଠିଲା

ଆମେରିକା : ଗୁରୁବାର ରୁଷ ୟୁକ୍ରେନ୍ ଉପରେ ବ୍ୟାପକ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଚେତାବନୀ ଦେଇଥିଲେ । ରୁଷ ଆକ୍ରମଣ ପୂର୍ବରୁ ଟ୍ବିଟ୍ କରି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଏକ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ, ରୁଷ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ବାୟୁସେନା କମାଣ୍ଡର ଆନାତୋଲି କ୍ରିଭୋନୋଝକୋ ମତେ ଏକ ରିପୋର୍ଟ ଦେଇଛନ୍ତି

ବିଦେଶ

ଆମେରିକାର ନୂତନ ବିଲ୍ ଶୁଣି ଚିନ୍ତାରେ ଭାରତ

ଓ୍ବାଶିଂଟନ: ଆମେରିକା ସିନେଟ୍ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ୍ ପାସ୍ କରିଛି, ଯାହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ସିନେଟ୍ ରୁଷ ଉପରେ ଏକ ନୂତନ ପ୍ରତିବନ୍ଧକ ବିଲ୍ କୁ ମଞ୍ଜୁର କରିଛି। ବିଲ୍ ସପକ୍ଷରେ ୮୬ ଏବଂ ବିପକ୍ଷରେ ୧୨ ଭୋଟ୍ ହୋଇଛି। ଯଦି ଆମେରିକା ଏହି ଆଇନ ପ୍ରଣୟନ କରେ, ତେବେ ଭାରତ, ଚୀନ୍, ସ୍ଲୋଭାକିଆ, ଆଜରବାଇଜାନ ଏବଂ ହଙ୍ଗେରୀ ଭଳି ଦେଶ ପ୍ରାୟତଃ

ବିଦେଶ

ଥରିଲା ଜାପାନ ସହର

ଜାପାନ : ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣ ଅଞ୍ଚଳ କ୍ୟୁଶୁରେ ଆଜି ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କୁମାମୋଟୋ ପ୍ରିଫେକ୍ଚର ନିକଟରେ ଥିଲା। ଜାପାନ ପାଣିପାଗ ସଂସ୍ଥା ଦ୍ୱାରା ଏହି ସୂଚନା ପ୍ରକାଶ କରାଯାଇଛି । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି

Scroll to Top