odisha24 Live

Latest News

Latest News

ସାଉଦିର ବଡ଼ ନିଷ୍ପତ୍ତି: ୟୁରୋପକୁ ଆଉ ମିଳିବନି ଅଶୋଧିତ ତୈଳ

ରିୟାଦ : ସାଉଦି ଆରବର ସରକାରୀ ତୈଳ କମ୍ପାନୀ ସାଉଦି ଆରାମକୋ ଆସନ୍ତା ଅକ୍ଟୋବର ମାସ ପାଇଁ ୟୁରୋପର ପ୍ରମୁଖ ରିଫାଇନାରୀଗୁଡ଼ିକୁ ଅଶୋଧିତ ତୈଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି‌।
ଗତ ୧୧ ତାରିଖରେ ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣରେ ପୂର୍ବ-ପଶ୍ଚିମ ପାଇପଲାଇନର ତିନିଟି ପମ୍ପିଂ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଫଳରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏବେ ଏହି ଆକ୍ରମଣର ପ୍ରଭାବ ୟୁରୋପୀୟ ଦେଶଗୁଡ଼ିକ ଉପରେ ପଡ଼ିବାକୁ ଯାଉଛି।

ଆମେରିକା ହୁତି ବିଦ୍ରୋହୀଙ୍କ ସହ ଗୁପ୍ତ ବୁଝାମଣା କରିଥିବାରୁ ମୁକାବିଲା ପାଇଁ ବି ସାଉଦିକୁ ସହଯୋଗ କରୁନାହିଁ। ସୂଚନାଯୋଗ୍ୟ ଯେ ସାଉଦିର ଏହି ପାଇପଲାଇନର ଲମ୍ବ ୧୨୦୦ କିମି। ଏହା ଦେଶର ପୂର୍ବ ଭାଗରୁ ଲୋହିତ ସାଗର ପର୍ଯ୍ୟନ୍ତ ତୈଳ ପହଞ୍ଚାଇ ଥାଏ। ପରେ ସେଠାରୁ ଏହି ତୈଳକୁ ଅନ୍ୟ ଦେଶକୁ ପଠାଯାଏ।

Share In Social Media
Scroll to Top