odisha24 Live

Latest News

Latest News

ବିଦେଶ

ବିଦେଶ

ଜାହାଜ ଚଳାଚଳକୁ ନେଇ ଦୁଇ ଦେଶ ମୁହାଁମୁହିଁ

ଓ୍ବାଶିଂଟନ : ଆମେରିକା-ଇରାନ ମଧ୍ୟରେ ପୁଣି ତୀବ୍ର ହେଲା ଉତ୍ତେଜନା । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଏବଂ ପରମାଣୁ ତଥା ସାମୁଦ୍ରିକ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ମୁହାଁମୁହିଁ ସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ପୁଣି ଥରେ ଯୁଦ୍ଧ ଆଶଙ୍କା ଓ ଶକ୍ତି ସଙ୍କଟ ଦେଖାଦେଇଛି। ଜାହାଜ ଚଳାଚଳ ଉପରେ ନଜର ରଖୁଥିବା ସଂସ୍ଥା ‘କେପ୍ଲର’ର ତଥ୍ୟ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାଇଥିବା ମୋଟ ଜାହାଜର […]

ବିଦେଶ

ଚୀନ୍ ରେ ଭୂମିକମ୍ପ ଝଟକା

ଚୀନ : ସକାଳୁ ସକାଳୁ ଥରିଲା ଚୀନର କିଙ୍ଗହାଇ ସହର । ଏହାର ତୀବ୍ରତା ୫.୬ ଥିଲା। ଏହାର କେନ୍ଦ୍ରସ୍ଥଳ କିଙ୍ଗହାଇର ହାଇକ୍ସି ପ୍ରଦେଶରେ ଭୂମି ତଳେ ପ୍ରାୟ ୧୦ କିଲୋମିଟର ଥିଲା। ମିଳିଥିବା ସୂଚନା ଆନୁଯାୟୀ ,ଭୂମିକମ୍ପର କେନ୍ଦ୍ରସ୍ଥଳ ୩୭.୮୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୫.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଭୂମିକମ୍ପର ଗଭୀରତା କମ୍ ଥିବାରୁ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇପାରିଛି। ତେବେ ଏଯାବତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସ୍ପଷ୍ଟ

ବିଦେଶ

ୟୁକ୍ରେନକୁ ଜବାବ ଦେଲା ରୁଷିଆ

ଲଣ୍ଡନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଏକ ଅତ୍ୟନ୍ତ ଭୟଙ୍କର ଏବଂ ଗୁରୁତର ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଦେଶ ପରସ୍ପର ଉପରେ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନର ଆକ୍ରମଣର ଜବାବରେ ରୁଷିଆ ମଧ୍ୟ ଶକ୍ତିଶାଳୀ ପାଲଟା ଆକ୍ରମଣ କରୁଛି। ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ

ବିଦେଶ

ଇରାନ-କତାର ମୁହାଁମୁହିଁ

ଇରାନ : ଇରାନ ଏବଂ କତର ମଧ୍ୟରେ ଏବେ କୂଟନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚରୁ ୩ ଇରାନ ପାଇଲଟ କତାର କବଜାରେ ରହିଛନ୍ତି। ତେବେ ଇରାନର ଅଭିଯୋଗକୁ ଖଣ୍ଡନ କରିଛି କତାର। କତାରସ୍ଥିତ ଶତ୍ରୁପକ୍ଷର ଏକ ବେସ ଉପରେ ହମଲା ବେଳେ ୩ ଇରାନ ପାଇଲଟଙ୍କୁ ନିଜ କବଜାକୁ ନେଇଥିଲା କତାର। ଗତ ଫେବ୍ରୁଆରୀ ୨୮ରୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ହମଲା ପରେ କତାରସ୍ଥିତ ଏକ ବେସ ଉପରେ

ବିଦେଶ

ମସ୍କୋ ଉପରେ ବୋମାବର୍ଷଣ କଲା ୟୁକ୍ରେନ୍

ୟୁକ୍ରେନ : ସକାଳୁ ସକାଳୁ ୟୁକ୍ରେନର ପ୍ରଚଣ୍ଡ ହମଲା। ୟୁକ୍ରେନ ସେନା ରୁଷର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି ବଡ ଡ୍ରୋନ୍ ଆକ୍ରମଣ କରିଛି।ଏହା ୨୦୨୬ ବର୍ଷର ସବୁଠାରୁ ବଡ଼ ଆକ୍ରମଣ ଥିଲା। ସୂଚନା ଅନୁଯାୟୀ, ରାତିସାରା ମସ୍କୋ ଆକାଶମାର୍ଗରେ ପ୍ରାୟ ୨୦୧ଟି ୟୁକ୍ରେନୀୟ ଡ୍ରୋନକୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍ ସଫଳତାର ସହ ନଷ୍ଟ କରିଦେଇଛି। ଏହି ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦର ଗୁଡ଼ିକରେ କିଛି ସମୟ ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା।ଅପରପକ୍ଷରେ, ପ୍ରତି

ବିଦେଶ

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା : ଭୟଙ୍କର ଭୂକମ୍ପରେ ଥରହର ହେଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପପୁଞ୍ଜ ନିକଟରେ ଶନିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ପରେ ସୁନାମି ସତର୍କତା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫ୍ଲୋରେସ୍ ଦ୍ୱୀପର ଉତ୍ତରରେ ଥିବା ଏଣ୍ଡେ ସହରଠାରୁ ୬୮ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଓ ଭୂ-ପଦାର୍ଥ ବିଜ୍ଞାନ ଏଜେନ୍ସି (ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍

ବିଦେଶ

ଭୟଙ୍କର ରେଳ ଦୁର୍ଘଟଣା

ଲଣ୍ଡନ : ଲଣ୍ଡନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ ଯାଉଥିବା ସମୟରେ ଲୁଇସ୍ ଷ୍ଟେସନ ନିକଟରେ ପ୍ରାୟ ୩ଟା ୪୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ପଛ ତିନୋଟି ବଗି ହଠାତ ରେଳଧାରଣାରୁ ଓଲଟି ପଡ଼ିଥିଲା। ସେତେବେଳେ ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ବଗି

ବିଦେଶ, ବାଣିଜ୍ୟ

ଟ୍ରମ୍ପଙ୍କ ଟାରିଫ୍ ମାଡ଼

ଓ୍ବାଶିଂଟନ : ପୁଣିଥରେ ବିଦେଶୀ ସାମଗ୍ରୀ ଉପରେ ଆମେରିକା ଟାରିଫ୍ ବଢ଼ାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏନେଇ ନୂଆ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ଅନୁସାରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚିତ କେତେକ ଡ୍ରୋନ୍ ଉପରେ ସିଧାସଳଖ ୧୦୦ ପ୍ରତିଶତ ଟାରିଫ୍ ଲାଗିବ। ସେହିପରି ଛୋଟ ଡ୍ରୋନ୍ ଉପରେ ୨୫ ପ୍ରତିଶତ ଟାରିଫ୍ ଧାର୍ୟ୍ୟ କରାଯାଇଛି। ଖାସ କଥା ହେଉଛି, ଏଥର କେବଳ ଚୀନ୍ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶ ନୁହେଁ, ଆମେରିକାର

ବିଦେଶ

ପରଲୋକରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ

ବେଜିଂ : ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁ ରୋଙ୍ଗଜିଙ୍କ ପରଲୋକ। ୯୭ ବର୍ଷ ବୟସରେ ବେଜିଂରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୦ରୁ ୨୦୦୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ସେ ଚାଇନା ଅର୍ଥନୀତିକୁ ପରିବର୍ତ୍ତନ କରିବା, ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକରେ ବ୍ୟାପକ ସଂସ୍କାର ଆଣିବାରେ ଏକ ଅଭୂତପୂର୍ବ ନେତୃତ୍ୱ ପ୍ରଦର୍ଶନ କରିଥିଲେ। ୨୦୦୧ରେ ଡବ୍ଲ୍ୟୁଟିଓରେ ଚାଇନାର ପ୍ରବେଶ ପଛରେ ତାଙ୍କର କଠିନ ପରିଶ୍ରମ ଓ

ବିଦେଶ

ଟେକ୍ସାସରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଆମେରିକା : ଟେକ୍ସାସରେ ଆମେରିକୀୟ ସେନାର ଏକ ଆପାଚେ ଏଏଚ୍-୬୪ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟେକ୍ସାସର ସାଲାଡୋ ଅଞ୍ଚଳରେ ଘଟଣାଟି ଘଟିଥିବା ବେଲ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୧ଟା ୩୦ରେ ଦୁର୍ଘଟଣା ସମ୍ପର୍କରେ ୯୧୧କୁ ଫୋନ୍ ଆସିଥିଲା । ଖବର ପାଇ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ

Scroll to Top