ବିବାଦରେ ଫସି ଚର୍ଚ୍ଚାରେ ନୋରା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡୁଆ । ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। କମ୍ପାନୀର ଅଭିଯୋଗ ଅନୁସାରେ, ନୋରା ତାଙ୍କ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଏପରି କିଛି ମନ୍ତବ୍ୟ କରିଥିଲେ, ଯାହାକୁ କମ୍ପାନୀ ଅପମାନଜନକ, ଦାୟିତ୍ୱହୀନ ଏବଂ ତଥ୍ୟ ଯାଞ୍ଚ ନକରି କରାଯାଇଥିବା ମନ୍ତବ୍ୟ









