odisha24 Live

Latest News

Latest News

ପୁରୁଣା ଅନ୍ଦାଜରେ ଫେରିବେ ସନ୍ନି

ମୁମ୍ବାଇ : ବଲିଉଡରେ ପୁଣି ଦେଖିବାକୁ ମିଳିବ ଆକ୍ସନ୍ ଷ୍ଟାର ସନ୍ନି ଦେଓଲଙ୍କ ୩୦ ବର୍ଷ ପୁରୁଣା ଏକ ଦମଦାର ଚରିତ୍ର । ଚର୍ଚ୍ଚିତ ସିନେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ସନି । ତେବେ ସନି ଦେଓଲ୍ ଏବଂ ରାଜକୁମାର ସନ୍ତୋଷୀଙ୍କ ଯୋଡ଼ି ବଲିଉଡର ଅନ୍ୟତମ ସଫଳ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଭାବେ ପରିଚିତ। ଏହି ଦୁଇଜଣ ପୂର୍ବରୁ ‘ଘାୟଲ୍’, ‘ଦାମିନୀ’ ଏବଂ ‘ଘାତକ’ ଭଳି ଚର୍ଚ୍ଚିତ ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ ପୁଣିଥରେ ଏହି ଦୁଇ ଦିଗ୍ଗଜ ବ୍ୟକ୍ତି ଏକାଠି ହେବାକୁ ଯାଉଛନ୍ତି। ରାଜକୁମାର ସନ୍ତୋଷୀ ସ୍ପଷ୍ଟ କରିଛନ୍ତି ଯେ ସନି ଦେଓଲ୍ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଘାତକ ଘୁସ କେ ମାରେଗା’ରେ ନଜର ଆସିବେ। ତେବେ ସବୁଠାରୁ ବଡ଼ କଥା ହେଲା ଏହା ୧୯୯୬ର ସୁପରହିଟ୍ ଫିଲ୍ମ ‘ଘାତକ’ର ସିକ୍ୱେଲ୍ ନୁହେଁ, ବରଂ ସେହି ଲୋକପ୍ରିୟ ଚରିତ୍ରକୁ ଏକ ନୂଆ କାହାଣୀ ଓ ପରିବେଶରେ ଦର୍ଶକଙ୍କ ସାମ୍ନାକୁ ଆଣିବାର ପ୍ରଚେଷ୍ଟା । ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ‘ଘାତକ’ ସନି ଦେଓଲଙ୍କ କ୍ୟାରିୟରର ଅନ୍ୟତମ ଆକ୍ସନ୍ ଫିଲ୍ମ ଥିଲା। ଏହି ଫିଲ୍ମରେ ସନିଙ୍କ ଦମଦାର ଅଭିନୟ ଓ ଆକ୍ସନ୍ ଅବତାର ଦର୍ଶକଙ୍କ ମନରେ ଆଜି ମଧ୍ୟ ରହିଛି। ଏବେ ପ୍ରାୟ ୩୦ ବର୍ଷ ପରେ ସେହି ଚରିତ୍ରକୁ ପୁଣିଥରେ ନୂଆ ରୂପରେ ପରଦାକୁ ଫେରାଇବାକୁ ଯୋଜନା କରାଯାଉଛି। ରିପୋର୍ଟ ଅନୁସାରେ, ସନି ଦେଓଲ୍ ପୁଣିଥରେ ନିଜର ପୁରୁଣା ଚରିତ୍ରକୁ ନୂଆ ରୂପରେ ପରଦାରେ ପ୍ରଦର୍ଶିତ କରିବେ। କିନ୍ତୁ ଏଥର କାହାଣୀ ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିବ । ଅର୍ଥାତ୍ ଦର୍ଶକମାନେ ପୁରୁଣା ସନି ଦେଓଲଙ୍କ ଦମଦାର ଆକ୍ସନ୍ ଷ୍ଟାଇଲ୍ ସହିତ ଏକ ନୂଆ କାହାଣୀ ଦେଖିବାର ସୁଯୋଗ ପାଇବେ । ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ‘ଘାତକ’ ସନି ଦେଓଲଙ୍କ କ୍ୟାରିୟରର ଅନ୍ୟତମ ଆକ୍ସନ୍ ଫିଲ୍ମ ଥିଲା। ଏହି ଫିଲ୍ମରେ ସନିଙ୍କ ଦମଦାର ଅଭିନୟ ଓ ଆକ୍ସନ୍ ଅବତାର ଦର୍ଶକଙ୍କ ମନରେ ଆଜି ମଧ୍ୟ ରହିଛି। ଏବେ ପ୍ରାୟ ୩୦ ବର୍ଷ ପରେ ସେହି ଚରିତ୍ରକୁ ପୁଣିଥରେ ନୂଆ ରୂପରେ ପରଦାକୁ ଫେରାଇବାକୁ ଯୋଜନା କରାଯାଉଛି। ରିପୋର୍ଟ ଅନୁସାରେ, ସନି ଦେଓଲ୍ ପୁଣିଥରେ ନିଜର ପୁରୁଣା ଚରିତ୍ରକୁ ନୂଆ ରୂପରେ ପରଦାରେ ପ୍ରଦର୍ଶିତ କରିବେ। କିନ୍ତୁ ଏଥର କାହାଣୀ ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିବ । ଅର୍ଥାତ୍ ଦର୍ଶକମାନେ ପୁରୁଣା ସନି ଦେଓଲଙ୍କ ଦମଦାର ଆକ୍ସନ୍ ଷ୍ଟାଇଲ୍ ସହିତ ଏକ ନୂଆ କାହାଣୀ ଦେଖିବାର ସୁଯୋଗ ପାଇବେ । ସନି ଦେଓଲ୍ ଏବଂ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମଗୁଡ଼ିକ ସବୁବେଳେ ଦମଦାର କାହାଣୀ, ଭାବନା ଏବଂ ଆକ୍ସନ୍ ପାଇଁ ଚର୍ଚ୍ଚିତ ରହିଆସିଛି। ସେଥିପାଇଁ ଏହି ଖବର ସାମ୍ନାକୁ ଆସିବା ପରେ ସନି ଦେଓଲଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ଅନ୍ୟ କଳାକାର ଏବଂ କାହାଣୀ ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ। ଆଗାମୀ ଦିନରେ କାଷ୍ଟିଂ ସମ୍ପର୍କିତ ଅଧିକ ତଥ୍ୟ ପ୍ରକାଶ କରିପାରନ୍ତି ନିର୍ମାତା ।

Share In Social Media
Scroll to Top