
ମୁମ୍ବାଇ : ବଲିଉଡର ଲୋକପ୍ରିୟ ର୍ୟାପର ଓ ମ୍ୟୁଜିକ୍ କମ୍ପୋଜର ବାଦଶାହାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ବିବାହର କିଛି ମାସ ନପୂରୁଣୁ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ-ମଡେଲ୍ ଇଷା ରଖିଙ୍କଠାରୁ ଅଲଗା ହୋଇଛନ୍ତି ବାଦଶାହା। ଗତ କିଛି ସପ୍ତାହ ଧରି ଉଭୟଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହି ଚର୍ଚ୍ଚାରେ ଲାଗିଛି ବିରାମ। ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତି ଜରିଆରେ ବାଦଶାହା ଓ ଇଷା ନିଜ ବିବାହ ବିଚ୍ଛେଦ ବିଷୟରେ ଘୋଷଣା କରିଛନ୍ତି। ଅଳ୍ପ କିଛି ମାସର ବୈବାହିକ ଜୀବନ ପରେ ଉଭୟଙ୍କ ଏହି ନିଷ୍ପତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରରେ।ବାଦଶାହା କହିଛନ୍ତି, ଇଶା ରିଖି ଆଉ ମୁଁ ପରସ୍ପର ଅଲଗା ହେବାକୁ ଏବଂ ନିଜ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ପାରସ୍ପରିକ ସମ୍ମାନ ସହିତ ନିଆଯାଇଛି ଏବଂ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରନ୍ତୁ।
ବାଦଶାହା ଏବଂ ଈଶା ରିଖିଙ୍କର ଗୁପ୍ତ ବିବାହ ହୋଇଥିଲା। ଦମ୍ପତିଙ୍କ ବିବାହର ଖବର ମାର୍ଚ୍ଚ ମାସରେ ପ୍ରସାରିତ ହୋଇଥିଲା। ଈଶାଙ୍କ ମାଆ ସେମାନଙ୍କର ଅନ୍ତରଙ୍ଗ ବିବାହ ଉତ୍ସବର ଫଟୋ ଶେୟାର କରିଥିଲେ। ବିବାହ ବନ୍ଧନ କରିବା ପୂର୍ବରୁ ଏହି ଦମ୍ପତି ଚାରି ବର୍ଷ ଧରି ଡେଟ କରିଥିଲେ। ପରେ ଜୁନ ମାସରେ ଈଶା ଇନଷ୍ଟାଗ୍ରାମରେ ‘ଆସ୍କ ମି’ ସେସନ ସମୟରେ ବାଦଶାହାଙ୍କ ସହିତ ତାଙ୍କ ବିବାହକୁ ନିଶ୍ଚିତ କରିଥିଲେ।ବାଦଶାହ ଈଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ପୂର୍ବରୁ ଜସ୍ମିନ ମାସିହଙ୍କୁ ବିବାହ କରିଥିଲେ। ଉଭୟଙ୍କର ଜେସିମି ଗ୍ରେସ ମାସିହ ସିଂ ନାମକ ଏକ ଝିଅ ଅଛି।





