odisha24 Live

Latest News

Latest News

ମାନବିକତାରେ ହୃଦୟ ଜିଣିଲେ ସୋନୁ ସୁଦ

ନେପାଳ : ବିପଦ ସମୟରେ ଯିଏ ଲୋକଙ୍କ ପାଖରେ ଠିଆ ହୁଏ, ସିଏ ହିଁ ପ୍ରକୃତ ନାୟକ। କୋଭିଡ୍ ସମୟରୁ ନିଜର ମାନବିକତା ଓ ସେବା ପାଇଁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ କରିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ପୁଣିଥରେ ଜିଣିଛନ୍ତି ସମସ୍ତଙ୍କ ମନ । ସୁଦ ପୁଣି ଥରେ ନେପାଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସି ତାଙ୍କ ମହାନତା ପ୍ରଦର୍ଶନ କରିଛନ୍ତି। ଅଭିନେତା ରିଲିଫ ସାମଗ୍ରୀ ନେଇ କାଠମାଣ୍ଡୁରେ ପହଞ୍ଚିଛନ୍ତି।
ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ପରେ ସୋନୁ ସୁଦ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେ ବନ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିବା ଏବଂ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ପହଞ୍ଚିଛନ୍ତି। ତାଙ୍କ ଦଳ ଭାରତରୁ ଆବଶ୍ୟକୀୟ ସାମଗ୍ରୀ ଆଣିଛି ଏବଂ ଆଗାମୀ ଦିନରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବ।ନେପାଳରେ ପହଞ୍ଚିବା ପରେ ସୋନୁ ସୁଦ ବନ୍ୟା ପୀଡିତଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା କହିଛନ୍ତି, ଆମେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆସିଛୁ। ଆମେ ଭାରତରୁ ଯଥେଷ୍ଟ ପରିମାଣର ସାମଗ୍ରୀ ଆଣିଛୁ ଏବଂ ସେମାନଙ୍କ ଜୀବନକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବାକୁ ଆମେ ଚେଷ୍ଟା କରିବୁ। ଭାରତରୁ ସାମଗ୍ରୀ ପଠାଇବା କିଛିଟା ଚ୍ୟାଲେଞ୍ଜିଂ କାରଣ ଏଥିପାଇଁ ଯଥେଷ୍ଟ ମାନବଶକ୍ତି ଆବଶ୍ୟକ। କିନ୍ତୁ କେବଳ ଏହି ମାସରେ ନୁହେଁ, ଆଗାମୀ ମାସଗୁଡ଼ିକରେ ମଧ୍ୟ ସେମାନଙ୍କ ପାଖରେ ରିଲିଫ ଯୋଗାଣ ଜାରି ରହିବ।

Share In Social Media
Scroll to Top