odisha24 Live

Latest News

Latest News

ସଂସ୍କୃତି

ସଂସ୍କୃତି

ରଥଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ପରେ ରଥଭଙ୍ଗା ପରମ୍ପରା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ନିଆରା ଆଧ୍ୟାତ୍ମିକ ପରମ୍ପରା । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି

ସଂସ୍କୃତି

ଶ୍ରାବଣ ମାସର ଶେଷ ସୋମବାର

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର

ସଂସ୍କୃତି

ପୁତ୍ରଦା ଏକାଦଶୀ ବ୍ରତ କଣ

ରବିବାର ପାଳନ ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷର ପୁତ୍ରଦା ଏକାଦଶୀ । ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ସନ୍ତାନଙ୍କ ମଙ୍ଗଳ, ପରିବାରର ସୁଖ-ସମୃଦ୍ଧି ଓ ମନୋକାମନା ପୂରଣ ପାଇଁ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।ଧାର୍ମିକ ମାନ୍ୟତା ଅନୁଯାୟୀ, ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ବ୍ରତ ଅତ୍ୟନ୍ତ ଫଳଦାୟୀ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ପୂର୍ବଜନ୍ମର ପାପ ନଷ୍ଟ

ସଂସ୍କୃତି

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜି ଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ

ସଂସ୍କୃତି

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ : ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ ।ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଙ୍କାରର ଗଣତିମଣତି ନେଇ ସମସ୍ତ ପ୍ରସ୍ତୁତି

ସଂସ୍କୃତି

ରାକ୍ଷୀକୁ ନେଇ କଣ କହେ ପୌରାଣିକ

ପୌରାଣିକ କଥା ଅନୁସାରେ ରାକ୍ଷୀ ବା ରକ୍ଷାବନ୍ଧନ ହେଉଛି ସୁରକ୍ଷା, ସ୍ନେହ ଏବଂ ପ୍ରତିଶୃତିର ପ୍ରତୀକ। ହିନ୍ଦୁ ପୁରାଣ ଏବଂ ଇତିହାସରେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାହାଣୀ ରହିଛି। ଯାହା ଏହି ପର୍ବର ମହତ୍ତ୍ୱକୁ ଦର୍ଶାଇଥାଏ।ପୌରାଣିକ ମହତ୍ତ୍ୱ:- ରାକ୍ଷୀ ପୂର୍ଣ୍ଣିମା ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ରହିଛି । ଏଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କାହାଣୀ ଅତ୍ୟନ୍ତ ପ୍ରସିଦ୍ଧ । ମହାଭାରତର ଏକ ପ୍ରସଙ୍ଗ ଅନୁସାରେ, ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗି

ସଂସ୍କୃତି

କାହିଁକି ଖାଆନ୍ତି କଦଳୀ ପତ୍ରରେ ଖାଦ୍ୟ ?

ଆମ ଓଡ଼ିଆଙ୍କର ପରମ୍ପରା ରହିଥାଏ କୌଣସି ପୂଜା ପର୍ବରେ କଦଳୀ ପତ୍ରରେ ଖାଇବାର କାରଣ ଏହାକୁ ଶୁଭ ମନାଯାଇଥାଏ । ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି ।

ସଂସ୍କୃତି

ଜୀବନ ବଦଳାଇ ଦେବ ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଏବଂ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଥାଏ।। ଚାଣକ୍ୟଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ନୀତି ମନୁଷ୍ୟକୁ କଠିନ ପରିସ୍ଥିତିରେ ମଧ୍ୟ ଠିକ୍ ନିଷ୍ପତ୍ତି ନେବାକୁ ଶିଖାଏ, ଯାହା ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ।ପ୍ରମୁଖ ଚାଣକ୍ୟ ନୀତିସମୟର ସଦୁପଯୋଗ: ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ, ସଫଳତା ତାଙ୍କୁ ନିଶ୍ଚୟ ମିଳେ।ରହସ୍ୟ ଗୋପନ: ନିଜର ଆଗାମୀ ଯୋଜନା ଓ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।ସଚ୍ଚୋଟ ସାଥୀ:

ସଂସ୍କୃତି

କାହିଁକି ଦିଆଯାଏ ମୁଖାଗ୍ନି? ଗରୁଡ଼ ପୁରାଣ କଣ କହେ

ଦୁନିଆରେ ଚିରନ୍ତନ ସତ୍ୟ ହେଉଛି ମୃତ୍ୟୁ ।ଧରା ପୃଷ୍ଟରେ ମନୁଷ୍ୟ ହେଉ ଅବା ପଶୁ, ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିନ୍ତ ହୋଇଥାଏ । ତେବେ ଧର୍ମ ଅନୁସାରେ ମନୁଷ୍ୟର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ ।ଗରୁଡ଼ ପୁରାଣ ସମ୍ବନ୍ଧୀୟ ପରମ୍ପରାରେ ଅନ୍ତ୍ୟେଷ୍ଟି କ୍ରିୟା ଓ ମୃତ୍ୟୁ ପରବର୍ତ୍ତୀ ବିଧିର ବିସ୍ତୃତ ବର୍ଣ୍ଣନା ମିଳେ । ତେବେ ବିଭିନ୍ନ ହିନ୍ଦୁ ସମ୍ପ୍ରଦାୟ ଓ ପରିବାରରେ ଶେଷକୃତ୍ୟର ପ୍ରଥା ଭିନ୍ନ ହୋଇପାରେ ।ମୁଖାଗ୍ନି

ସଂସ୍କୃତି

ଶ୍ରୀଜୀଉଙ୍କ ଖସାପଡା ନୀତି

ପୁରୀ: ଶ୍ରାବଣ ଶୁଳ୍କପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ମୁତାବକ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନସିଂହାସନ

Scroll to Top