odisha24 Live

Latest News

Latest News

ରଥଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ପରେ ରଥଭଙ୍ଗା ପରମ୍ପରା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ନିଆରା ଆଧ୍ୟାତ୍ମିକ ପରମ୍ପରା । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।ଭକ୍ତଙ୍କ ଭିଡ଼ ଏବଂ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯାଉଛି । ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର କେନ୍ଦ୍ର ପାଲଟିଥିବା ଏହି ତିନି ରଥ, ଏବେ ପରମ୍ପରା ଅନୁଯାୟୀ ଭଙ୍ଗାଯାଉଛି । ଆଉ ଏହା ସହ ଧୀରେ ଧୀରେ ଶେଷ ହେଉଛି ଚଳିତବର୍ଷର ରଥଯାତ୍ରାର ଆଉ ଏକ ପର୍ବ । ଅନ୍ୟପଟେ , ଏହି ପରମ୍ପରା ଆମକୁ ଶିକ୍ଷା ଦିଏ ଯେ, ଯେଉଁ ରଥକୁ କୋଟି କୋଟି ଭକ୍ତ ଭଗବାନଙ୍କ ସଦୃଶ ପୂଜା କରୁଥିଲେ, ତାହାର କାର୍ଯ୍ୟ ଶେଷ ହେବା ପରେ ତାହା ପୁଣି ପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ସେବାରେ ସମର୍ପିତ ହୋଇଯାଏ, ଯାହା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ତ୍ୟାଗ ଓ ସେବା ମନୋଭାବର ପରିଚୟ ଦିଏ ।

Share In Social Media
Scroll to Top