odisha24 Live

Latest News

Latest News

ଅପରାଧ

ଅପରାଧ

ତହସିଲଦାର ଓ ଏଆରଆଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା :ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ମୌଜାର ଖାତା ନମ୍ବର ୪୯ର ୪ ଏକର ୪୦ ଡିସିମିଲ ଜମିକୁ ମାଲିକଙ୍କ ଅଜାଣତରେ ବିକ୍ରି କରାଯାଇଥିବା ଅଭିଯୋଗରେ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଓ ଆସିଷ୍ଟାଣ୍ଟ ରେଭନ୍ୟୁ ଇନ୍ସପେକ୍ଟର (ARI) ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି।ଗତ ଜୁଲାଇ ମାସରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର

ଅପରାଧ

ଜେଲରୁ ବାହାରିବେ ରାମ ରହିମ

ନୂଆଦିଲ୍ଲୀ : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ପୁଣି ଥରେ ଜେଲରୁ ମୁକ୍ତ ହେବେ। ତାଙ୍କୁ ୨୧ ଦିନର ପାରୋଲ୍ ମଞ୍ଜୁର କରାଯାଇଛି। ସେ ସୁନାରିଆ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ଏହା ୧୭ତମ ଥର ଡେରା ସଚ୍ଚା ସୌଦା ମୁଖ୍ୟଙ୍କୁ ଜେଲରୁ ମୁକ୍ତ କରାଯିବ। ପୂର୍ବରୁ ସେ ୧୬ ଥର ମୁକ୍ତ ହୋଇଛନ୍ତି। ପୂର୍ବରୁ ୧୬ ଥର ରାମ ରହିମଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତାଙ୍କୁ ପ୍ରଥମେ ବାଗପତର ବର୍ଣ୍ଣୱା ଆଶ୍ରମକୁ

ଅପରାଧ, ମନୋରଞ୍ଜନ

ଗିରଫ ହେବେ କଣ୍ଠଶିଳ୍ପୀ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତଳକୋର୍ଟରେ ସୌରିନଙ୍କୁ ହାଜର କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟ ୨୦୨୩ ମସିହା

ଅପରାଧ

ବିଏମସି ଜାଲରେ ମିଠା ଦୋକାନ

ଭୁବନେଶ୍ୱର : ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ନକଲି ଛେନା ଓ ପନିର ମିଶ୍ରଣ କରି ମିଠା ପ୍ରସ୍ତୁତ ହେଉଥିବା ସନ୍ଦେହରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହି ଯାଞ୍ଚ କରିଛନ୍ତି । ଆଗକୁ ରାଖି ପୂର୍ଣ୍ଣିମା ଥିବାରୁ ବଜାରରେ ମିଠାର ଚାହିଦା ବଢ଼ିବ । ଏହାର ସୁଯୋଗ ନେଇ ଯେପରି ନକଲି ଓ ଅପମିଶ୍ରିତ ମିଠା ବିକ୍ରି ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି ।ଗତ

ଅପରାଧ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଜଗତସିଂହପୁର : ଦୁର୍ନୀତି ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ଘରେ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁ ଘରେ ଚଢ଼ାଉ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତତ୍କାଳୀନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜ କିଶୋର ବେହେରା, ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ପ୍ରଦୀପ୍ତ କୁମାର ମଲ୍ଲିକ ୨୦୧୧-୧୨ ଏବଂ ୨୦୨୧-୨୨ରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା ।ତାଙ୍କ

ଅପରାଧ

ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ

ଭଦ୍ରକ: ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, ତିହିଡି ବ୍ଲକ ବଉଳପାଳ ଗ୍ରାମର ମାୟାଧର ସେଠୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସହ ଏକାଧିକ ଇଞ୍ଜେକ୍ସନ୍‌ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ଅପରାଧ

ବନ୍ଧା ହେଲେ ପୁଲିସ ବାବୁ

ବାରିପଦା: ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଏସ୍ଆଇ

ଅପରାଧ

ଭିଜିଲାନ୍ସ ଜାଲରେ ତହସିଲଦାର

ରାଉରକେଲା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମଳ। ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଲାଠିକଟା ତହସିଲ ଅଫିସ୍‌ରୁ ରାଉରକେଲା ଆସୁଥିବା ବାଟରେ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ୍‌ ଅଟକାଇଥିଲା। ତାଙ୍କ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଟଙ୍କାର ଉତ୍ସ ଓ ଏହା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।ଅନ୍ୟପକ୍ଷରେ, ତହସିଲଦାର

ଅପରାଧ

ସ୍କୁଲରେ ପ୍ରିନ୍ସିପାଲଙ୍କୁ ହତ୍ୟା

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ । ଘଟଣାଟି ନଲଗୋଣ୍ଡା ଜିଲ୍ଲାର। ଅଗଷ୍ଟ ୧୧ ତାରିଖରେ ସ୍କୁଲ୍‌ ପ୍ରିନ୍ସିପାଲ୍‌

ଅପରାଧ

ସୁପ୍ରିମ୍ କୋର୍ଟରେ ତରୁଣ ତେଜପାଲ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ନିମ୍ନ ଅଦାଲତଙ୍କ ନିଷ୍କୃତି ଆଦେଶକୁ ରଦ୍ଦ କରି ୬୨ ବର୍ଷୀୟ ତେଜପାଲଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ।ଅନ୍ୟପଟେ ଗୋଆ ସରକାର ମଧ୍ୟ ସୁପ୍ରିମ୍ କୋର୍ଟରେ ଏକ

Scroll to Top