
ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସ୍କୁଲ୍ର ପ୍ରିନ୍ସିପାଲ୍ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ । ଘଟଣାଟି ନଲଗୋଣ୍ଡା ଜିଲ୍ଲାର। ଅଗଷ୍ଟ ୧୧ ତାରିଖରେ ସ୍କୁଲ୍ ପ୍ରିନ୍ସିପାଲ୍ ରୂପା ରେଡ୍ଡୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଘଟଣା ପରେ ପୁଲିସ ୫ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୭୦ଟି ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ହତ୍ୟାକାରୀଙ୍କୁ ଖୋଜାଯାଉଥିଲା ।





