odisha24 Live

Latest News

Latest News

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ: ବିପୁଳ ଟଙ୍କା ସହ ଅନେକ ଗିରଫ

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ପୋଲିସର କଡ଼ା ଚଢ଼ାଉ ଜାରି ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ପାର୍ବଣ ଋତୁ, ବିଶେଷ କରି କୁମାର ପୂର୍ଣ୍ଣିମା ଓ ଦୀପାବଳି ସମୟରେ ବେଆଇନ ଜୁଆ ଖେଳ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବ୍ୟାପକ ସ୍ପେଶାଲ ଡ୍ରାଇଭ୍ ଚାଲିଛି। ଗୋଟିଏ ରାତିରେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ୩୪ ଜୁଆ ଆଡ୍ଡାରେ ଚଢ଼ଉ ହୋଇଛି । ପୋଲିସ ୧୯୪ଜଣଙ୍କୁ ଗିରଫ କରି ଜବତ କରିଛି ୧୨ଲକ୍ଷ ୮୮ହଜାର ଟଙ୍କା । ବହୁ ସଂଖ୍ୟାରେ ମୋବାଇଲ ଓ ବାଇକ୍ । ମଧ୍ୟ ଜବତ ହୋଇଛି । 

କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ହୋଇଥିବା ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ମାତ୍ର ଦୁଇ ଦିନ ମଧ୍ୟରେ ୪୭୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। କେବଳ ଗୋଟିଏ ରାତିରେ ହିଁ ଅନେକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୬୦ରୁ ଅଧିକ ଲୋକଙ୍କୁ ବାନ୍ଧିଥିଲା ପୋଲିସ। ସେହିପରି ଗଜପତିର ପାରଳାଖେମୁଣ୍ଡିରେ ଏକ କଲ୍ୟାଣ ମଣ୍ଡପରେ ଚାଲିଥିବା ବଡ଼ ଜୁଆ ଆଡ୍ଡାରୁ ୭୦ ଜଣ ଗିରଫ ହୋଇଥିବା ବେଳେ, ରାୟଗଡ଼ାରେ ୪୭ ଜଣ ଏବଂ ପୁରୀର ବିଭିନ୍ନ ଅଞ୍ଚଳରୁ ମଧ୍ୟ ଅନେକ ଜୁଆଡ଼ିଙ୍କୁ ଗିରଫ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଓ ଗାଡ଼ି ଜବତ କରାଯାଇଛି।

Share In Social Media
Scroll to Top