ଅଗଷ୍ଟ ୧ରୁ ମହଙ୍ଗା ମାଡ଼
ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ସାଧାରଣ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼ । ରୋଷେଇ ଘରଠାରୁ ଆରମ୍ଭ କରି ଗ୍ୟାରେଜ ପର୍ୟ୍ୟନ୍ତ ବ୍ୟବହୃତ ଅନେକ ଜରୁରୀ ସାମଗ୍ରୀର ଦର ବୃଦ୍ଧି ପାଇବ । ଦୈନନ୍ଦିନ ବ୍ୟବହାରର ଏଫଏମସିଜି ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ସ୍ମାର୍ଟଫୋନ୍, କାର୍ ଓ ପୋଷାକ ଭଳି ବିଭିନ୍ନ କ୍ଷେତ୍ରରେ କମ୍ପାନିଗୁଡ଼ିକ ପର୍ୟ୍ୟାୟକ୍ରମେ ମୂଲ୍ୟ ବଢ଼ାଇବାକୁ ଯୋଜନା କରିଛନ୍ତି ।ଚାହା, ଖାଇବା ତେଲ, ସାବୁନ, ଡିଟରଜେଣ୍ଟ ସମେତ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ୬ରୁ ୮

