odisha24 Live

Latest News

Latest News

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ : ମାସର ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଉପରେ ପଡ଼ିଲା ଅତିରିକ୍ତ ବୋଝ ବଢ଼ିଲା ଚିନ୍ତା, ବିଗିଡ଼ିପାରେ ଘରୋଇ ବଜେଟ୍। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।ସରକାରୀ ତେଲ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମୂଲ୍ୟ ୯ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଅନ୍ୟପଟେ ମୁମ୍ବାଇରେ ସାଧାରଣ ଲୋକ ଏବେ CNG ମୂଲ୍ୟ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଜନତା ଅନୁଭବ କରୁଛନ୍ତି। ମହାନଗର ଗ୍ୟାସ ଲିମିଟେଡ୍ (MGL) ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ CNG ଏବଂ ଘରୋଇ PNG ପାଇଁ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ନୂତନ ଦର ୧ ସେପ୍ଟେମ୍ବର, ୨୦୨୬ରୁ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନ ସହିତ, ମୁମ୍ବାଇରେ CNG ମୂଲ୍ୟ ୨ ଟଙ୍କା ପ୍ରତି କିଲୋଗ୍ରାମ ବୃଦ୍ଧି ପାଇଛି, ଯାହା ୮୮ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଏହା ବ୍ୟତୀତ, ଘରୋଇ PNG ମୂଲ୍ୟ ୧ ପ୍ରତି SCM ବୃଦ୍ଧି ପାଇଛି।

Share In Social Media
Scroll to Top