
ନୂଆଦିଲ୍ଲୀ : ଆଜି ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ସଂଘର୍ଷ ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ଆଶଙ୍କା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଗତ ତିନି ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଆସିଛି।ଆନ୍ତର୍ଜାତୀୟ ବଜାରରେ ତୌଳ କାରବାର ହ୍ରାସ ପାଉଛି, ଯାହା ଅଗଷ୍ଟ ୭ ପରଠାରୁ ସବୁଠାରୁ କମ୍। ତେଲ ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭୟ ଯୋଗୁଁ ସୁନା ଦର କ୍ରମଗତ ଚତୁର୍ଥ ଦିନ ପାଇଁ କ୍ଷତିରେ ରହିଛି।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୨,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୯,୩୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୨,୦୨୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୩୯,୩୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୨,୧୭୦ ଟଙ୍କା ଓ ୨୨ କ୍ୟାରଟେ ୧,୩୯,୫୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୨,୦୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୯,୩୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୨,୦୨୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୩୯,୩୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୫,୦୦୦ ଟଙ୍କା ହୋଇଛି ।




