
ଜାକର୍ତ୍ତା : ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟ୍କା। ଲଗାତାର ଦ୍ୱିତୀୟ ଦିନରେ ଜାଭା ଦ୍ୱୀପ ଥରିଛି ୬.୨ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ। ଶନିବାର ଅନୁଭୂତ ଏହି ଭୂକମ୍ପର ଗଭୀରତା ପ୍ରାୟ ୩୭୬ କିଲୋମିଟର ଥିବା ଜଣାପଡ଼ିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିଶେଷଜ୍ଞଙ୍କ ଅନୁସାରେ ଏହା ଏକ ଡିପ-ଫୋକସ ଭୂକମ୍ପ ଥିଲା। ଭୂପୃଷ୍ଠଠାରୁ ଅଧିକ ଗଭୀରରେ ଭୂକମ୍ପ ଘଟିଥିବାରୁ ଏହାର ପ୍ରଭାବ ତୁଳନାମୂଳକ ଭାବେ କମ ଅନୁଭୂତ ହୋଇଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁ କୌଣସି ଜୀବନହାନି କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷୟକ୍ଷତି ଖବର ମିଳିନାହିଁ।





