
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବେହାଲ ସାରା ରାଜ୍ୟ। ଆଜି ପାଇଁ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦେଖି କଳାହାଣ୍ଡିରେ ଆଜି ବନ୍ଦ ରହିବ ଶିକ୍ଷାନୁଷ୍ଠାନ। ସେପଟେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, ବଲାଙ୍ଗିର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି।
ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ଅଶାନ୍ତ ରହିବ ସମୁଦ୍ର। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ବାକି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।





