
ଅନୁଗୋଳ : ଜଣେ ମହିଳା ହୋମଗାର୍ଡଙ୍କୁ ଅସଦାଚରଣ କରିବା ଜଣେ ଆସିଷ୍ଟାଣ୍ଟ୍ ସବ୍ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ପୁଲିସ ଏଏସଆଇଙ୍କ ବିରୁଦ୍ଧରେ ମାମଲା ରୁଜୁ ସାଙ୍ଗକୁ ତାଙ୍କୁ ନିଲମ୍ବନ କରାଯାଇଛି।କଣିହାଁ ଥାନାରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଏସଆଇ ରାଜେନ୍ଦ୍ର କୁମାର ବେହେରା ଜଣେ ମହିଳା ହୋମଗାର୍ଡଙ୍କୁ ଅସଦାଚରଣ କରିଥିଲେ। ଏନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ବେଳେ ଏସପି ତୁରନ୍ତ ଅଭିଯୁକ୍ତ ଏଏସଆଇଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ନିଲମ୍ବନ ସମୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।ତେବେ ଏହି ଘଟଣାକୁ ନେଇ ପୁଲିସ ବିଭାଗର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଏବଂ ବିଭାଗୀୟ ତଦନ୍ତରେ ଆଗକୁ କି ପ୍ରକାର ନିଷ୍ପତ୍ତି ନିଆଯିବ, ତାହା ଉପରେ ଏବେ ନଜର ରହିଛି।





