odisha24 Live

Latest News

Latest News

କ୍ରିକେଟରୁ ସନ୍ୟାସ ନେଲେ ମାର୍କ ଉଡ୍‌

ଲଣ୍ଡନ: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାରମ୍ବାର ଆହତ ପାଇଁ ଉଡ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏ ନେଇ ଉଡ୍‌ ମଙ୍ଗଳବାର ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ୩୬ ବର୍ଷୀୟ ଉଡ୍‌ ୨୦୧୫ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୧ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଉଡ୍‌ ମାତ୍ର ୩୮ଟି ଟେଷ୍ଟ ମ୍ୟାଚ ଖେଳି ୧୧୯ଟି ୱିକେଟ,୭୦ଟି ଦିନିକିଆରୁ ୮୦ଟି ଓ ୩୮ଟି ଟ୍ବେଣ୍ଟ୨୦ ମ୍ୟାଚ ଖେଳି ୫୪ଟି ୱିକେଟ ନେଇଛନ୍ତି। ୨୦୧୯ ଦିନିକିଆ ବିଶ୍ବକପରେ ଇଂଲଣ୍ଡ ଚମ୍ପିଆନ ହୋଇଥିବାବେଳେ ଉଡ୍‌ ୧୮ଟି ୱିକେଟ ନେଇଥିଲେ।

ସେହିପରି ୪ଟି ଆସେସ ଟେଷ୍ଟ ଶୃଙ୍ଖଳା ଖେଳିଛନ୍ତି। ୨୦୨୫-୨୬ ଅଷ୍ଟ୍ରେଲିଆ ବିପକ୍ଷ ଆସେସ ଟେଷ୍ଟ ଶୃଙ୍ଖଳା ଲାଗି ଦଳକୁ ଫେରିଥିଲେ। ନଭେମ୍ବର ୧୫ରେ ପର୍ଥରେ ଆସେସ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ବାରମ୍ବାର ଆଘାତ ମୋତେ ବ୍ୟଥିତ କରିଛି।

Share In Social Media
Scroll to Top