
ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସରକାରୀ ଗସ୍ତ କରୁଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଆମେରିକା ଗସ୍ତ ହେବ।
ଏହି ଗସ୍ତ ସମୟରେ ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ବୈଠକରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ବିରଳ ମୃତ୍ତିକା ଯୋଗାଣ, ତାଇୱାନ ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହେବ। ୨୦୧୫ ସେପ୍ଟେମ୍ବରରେ ବରାକ ଓବାମାଙ୍କ ଶାସନ କାଳରେ ଜିନ୍ପିଙ୍ଗ ଆମେରିକା ଗସ୍ତ କରିଥିଲେ।





