odisha24 Live

Latest News

Latest News

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ହୋଇଛି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଲିଶା ଟେଷ୍ଟ ନ ହେବା ଯାଏଁ ସ୍କ୍ରବ୍ ଟାଇଫସ କନଫର୍ମ ହୋଇ ନଥାଏ । ଜାନୁଆରୀରୁ ଏଯାଏଁ କୌଣସି କନଫରମେସନ ହୋଇ ନାହିଁ । ସୁନ୍ଦରଗଡ଼ର ଯେଉଁ କେସ୍ ଆସିଛି ତାହା ପୁରୁଣା ହୋଇପାରେ । ଆମେ ତାକୁ ଆଉ ଥରେ ତର୍ଜମା କରିବୁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡା ଯାଇଛନ୍ତି । ଆମେ ସ୍ଥିତି ଉପରେ ନଜର ରଖିଛୁ । ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ନଜର ରଖିଛି ।

Share In Social Media
Scroll to Top