odisha24 Live

Latest News

Latest News

ବକ୍ସ ଅଫିସରେ ଧମାଲ କଲା “ହନୁମାନ ଅଂଶ “

ମୁମ୍ବାଇ : ଭାରତୀୟ ସିନେମାରେ ପୌରାଣିକ କାହାଣୀକୁ ଆଧାର କରି ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ଓ ଭଲ ପାଇବା ସାଉଁଟିଛି । ୧.୭୫ କୋଟିର ସୀମିତ ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ନିର୍ମାତାଙ୍କୁ ବଡ଼ ଆୟ ଦେଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଫିଲ୍ମଟିକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଏହାର ନିବେଶକୁ ନେଇ। ରିପୋର୍ଟ ଅନୁସାରେ, ତିନିଜଣ ମହିଳା ନିବେଶକ ଫିଲ୍ମରେ ପ୍ରାୟ ୬୦-୬୦ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିଥିଲେ। ଫିଲ୍ମର ବ୍ୟବସାୟିକ ସଫଳତା ପରେ ଏହି ନିବେଶକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ବଡ଼ ଷ୍ଟାରକାଷ୍ଟ କିମ୍ବା ବଡ଼ ବଜେଟ୍ ବିନା ନିର୍ମିତ ଏହି ଫିଲ୍ମର କାହାଣୀ, ଭିଜୁଆଲ୍ ଓ ଅଭିନୟ ଦର୍ଶକଙ୍କ ମନ ଜିଣିଥିବା କୁହାଯାଉଛି। ବିଶେଷକରି ଯୁବ ଦର୍ଶକଙ୍କ ମଧ୍ୟରେ ଫିଲ୍ମଟି ଖୁବ କମଦିନରେ ଲୋକପ୍ରିୟତା ହାସଲ କରିଥିଲା ।

ସିନେମା ହଲରେ ଧମାଲ କରିବା ପରେ ଏବେ ଓଟିଟିରେ ରିଲିଜକୁ ନେଇ ଚର୍ଚ୍ଚାରେ ଫିଲ୍ମ ‘ହନୁମାନ’। ଖାସ୍ କଥା ହେଉଛି, ଏହି ଫିଲ୍ମରେ ତିନିଜଣ ମହିଳା ନିବେଶକ ୬୦-୬୦ ଲକ୍ଷ ଟଙ୍କା ଲଗାଇଥିବା କୁହାଯାଉଛି। ସୀମିତ ବଜେଟ୍ରେ ତିଆରି ଏହି ଫିଲ୍ମ ବକ୍ସ ଅଫିସ୍ରେ ଜବରଦସ୍ତ କମାଇ କରିଥିବାରୁ ଏବେ ଏହାର ଓଟିଟି ରିଲିଜ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଫିଲ୍ମର କାହାଣୀ, ଭିଜୁଆଲ୍ ଏବଂ ଅଭିନୟକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା। ବିଶେଷକରି ଯୁବପିଢ଼ି ମଧ୍ୟରେ ଫିଲ୍ମଟି ଲୋକପ୍ରିୟ ହୋଇଥିଲା। ଏବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଯେଉଁମାନେ ସିନେମା ହଲରେ ଏହାକୁ ଦେଖିପାରିନଥିଲେ, ସେମାନେ ଏବେ ଘରେ ବସି ଫିଲ୍ମଟି ଦେଖିପାରିବେ। ବର୍ତ୍ତମାନ ଏହି ଘୋଷଣା ପରେ ଓଟିଟି ରିଲିଜର ତାରିଖ ଓ ପ୍ଲାଟଫର୍ମ ସମ୍ପର୍କିତ ଅଧିକ ସୂଚନାକୁ ଦର୍ଶକମାନେ ଅପେକ୍ଷା କରିଛନ୍ତି ।

Share In Social Media
Scroll to Top