odisha24 Live

Latest News

ଆଜିର ରାଶିଫଳ

ମେଷ ରାଶି : ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ।ନୂତନ ଆୟର ପନ୍ଥା ଖୋଲିବ, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ।
ବୃଷ ରାଶି : ବ୍ୟବସାୟରେ ଭଲ ଲାଭ ମିଳିବ। ଚାକିରିଆମାନଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ପରିବାରରେ ହସଖୁସିର ମାହୋଲ ରହିବ ଏବଂ ବନ୍ଧୁମିଳନର ଯୋଗ ରହିଛି। ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ।
ମିଥୁନ ରାଶิ : ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। କୌଣସି ଶୁଭ ଖବର ମିଳିପାରେ। ପୁରୁଣା ବିନିଯୋଗରୁ ଉତ୍ତମ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ।
କର୍କଟ ରାଶି : କିଛି କଥାକୁ ନେଇ ମନରେ ସାମାନ୍ୟ ଚିନ୍ତା ବଢ଼ିପାରେ, ତେଣୁ ନିଜକୁ ଶାନ୍ତ ରଖନ୍ତୁ।ପରିଶ୍ରମ ଅନୁସାରେ ସଫଳତା ମିଳିବାରେ ସାମାନ୍ୟ ବିଳମ୍ବ ହୋଇପାରେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ସିଂହ ରାଶି : ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ। ପେଟ ଜନିତ ସମସ୍ୟା ଦେଖାଦେଇପାରେ, ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।
କନ୍ୟା ରାଶି : ନୂଆ ବ୍ୟବସାୟିକ ଚୁକ୍ତି ହୋଇପାରେ ଯାହା ଆଗାମୀ ସମୟରେ ଲାଭଦାୟକ ହେବ। ପାଠପଢ଼ାରେ ମନଯୋଗ ବୃଦ୍ଧି ପାଇବ ଏବଂ ଶୁଭ ଫଳ ପ୍ରାପ୍ତି ହେବ। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି।
ତୁଳା ରାଶି : ଆୟ ଏବଂ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ, ନଚେତ୍ ଆର୍ଥିକ ଚାପ ବଢ଼ିପାରେ। ଅଫିସ କାମରେ ଅଧିକ ସମୟ ଦେବାକୁ ପଡ଼ିପାରେ। ପରିବାର ସଦସ୍ୟଙ୍କ ସହ ମନାନ୍ତର ହେବାର ଆଶଙ୍କା ଅଛି, କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା ରାଶି : ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବାର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ଏବଂ ମନ ପ୍ରସନ୍ନ ରହିବ ।
ଧନୁ ରାଶି : ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ପ୍ରଶଂସା ମିଳିବାର ସୁଯୋଗ ରହିଛି।କାରବାରରେ ବେଶ୍ ଅଗ୍ରଗତି ହେବ। ସାଥୀଙ୍କ ସହ ଭ୍ରମଣର ଯୋଗ ରହିଛି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମକର ରାଶି : କାର୍ଯ୍ୟକ୍ଷେତ୍ରରେ କିଛି ଛୋଟମୋଟ ସମସ୍ୟା ଦେଖାଦେଇପାରେ, ଧୈର୍ଯ୍ୟର ସହ କାମ ନିଅନ୍ତୁ।ସାମାଜିକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହୋଇପାରେ। କାହାରିକୁ ଋଣ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।
କୁମ୍ଭ ରାଶି : ଆପଣଙ୍କ ଭିତରେ ନୂଆ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଖିବାକୁ ମିଳିବ। ବିଭିନ୍ନ ସୂତ୍ରରୁ ଅଚାନକ ଧନ ପ୍ରାପ୍ତିର ଯୋଗ ଅଛି।ପ୍ରେମୀଯୁଗଳଙ୍କ ପାଇଁ ଦିନଟି ରୋମାଞ୍ଚକର ରହିବ।
ମୀନ ରାଶି : ମନ ମୁତାବକ ସଫଳତା ମିଳିବ। ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ, ମନ ଶାନ୍ତ ଓ ପ୍ରଫୁଲ୍ଲିତ ରହିବ।ଆଜି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଦିନଟି ଆହୁରି ଶୁଭମୟ ହେବ।

Share In Social Media
Scroll to Top