
ମୁମ୍ବାଇ : ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି ।
ଏହି ସମ୍ମାନ ୨୨ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୭୨ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଦିଆଯିବ । ଅନନ୍ତ ନାଗ ନିଜ ୫ ଦଶନ୍ଧିରୁ ଅଧିକ ସିନେମା କ୍ୟାରିୟରରେ କନ୍ନଡ଼ ସହ ହିନ୍ଦୀ ସିନେମାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “କିମ୍ୱନ୍ଦନ୍ତୀ କଳାକାର ଅନନ୍ତ ନାଗ ଜୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମିଳିବା ନେଇ ଶୁଭେଚ୍ଛା । ଅନେକ ଦଶନ୍ଧି ଧରି ତାଙ୍କ ଅଭିନୟ, ଅଦ୍ଭୂତ ପ୍ରତିଭା ଏବଂ ଚମତ୍କାର କାମ ଭାରତୀୟ ସିନେମା, ବିଶେଷ କରି କନ୍ନଡ଼ ସିନେମାରେ ଗଭୀର ଛାପ ଛାଡ଼ିଛି । ସେ ଯେଉଁ ବି ଭୂମିକା ନିର୍ବାହ କରିଛନ୍ତି, ସେଥିରେ ସ୍ୱତନ୍ତ୍ର ଗଭୀରତା ଏବଂ ବାସ୍ତବତା ଦେଖାଇଛନ୍ତି । ଏହା ପ୍ରକୃତରେ ଜଣେ ସ୍ୱତନ୍ତ୍ର କଳାକାରଙ୍କ ପାଇଁ ସଂପୂର୍ଣ୍ଣ ରୂପେ ହକଦାର ସମ୍ମାନ ଅଟେ ।





