
ନୂଆଦିଲ୍ଲୀ : ଭୁବନେଶ୍ୱର: ରେଳୱେରେ ପାରାମେଡିକାଲ ପଦବୀରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ଭଲ ଖବର। ରେଳୱେ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପାରାମେଡିକାଲ ଷ୍ଟାଫ୍ ରିକ୍ରୁଟମେଣ୍ଟ ୨୦୨୬ର ନୋଟିଫିକେସନ ଜାରି କରାଯାଇଛି।
ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏପର୍ଯ୍ୟନ୍ତ ବିସ୍ତୃତ ନୋଟିଫିକେସନ ଜାରି ହୋଇନାହିଁ। ବିସ୍ତୃତ ବିଜ୍ଞପ୍ତିରେ ପଦବୀ ଅନୁଯାୟୀ ଯୋଗ୍ୟତା, ପରୀକ୍ଷା ପାଟର୍ନ ଓ ଅନ୍ୟାନ୍ୟ ନିୟମ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ।





