odisha24 Live

Latest News

Latest News

ୟୁରୋପରେ ନିଆଁ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ୟୁରୋପ : ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ଏବଂ ସମଗ୍ର ମହାଦେଶ ତାତିରେ ଫୁଟୁଛି। ୨୦୨୬ ମସିହାର ମେ ମାସରୁ ଆରମ୍ଭ ହୋଇଥିବା ଏହି ଅସ୍ବାଭାବିକ ଗରମ ସାରା ୟୁରୋପର ପାଣିପାଗ ରେକର୍ଡକୁ ଭାଙ୍ଗି ଚୂରମାର କରିଦେଇଛି। ବିଶେଷ କରି ପଶ୍ଚିମ ୟୁରୋପରେ ଚଳିତ ବର୍ଷ ଇତିହାସର ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହୋଇଛି।
ରିପୋର୍ଟ ଅନୁଯାୟୀ, ପ୍ରବଳ ଖରା ଯୋଗୁଁ ଯୁରୋପର ଅନେକ ବଡ଼ ନଦୀର ଜଳସ୍ତର ହ୍ରାସ ପାଇଛି। ଏଗୁଡ଼ିକ ମଧ୍ୟରେ ଡେନ୍ୟୁବ, ରାଇନ ଓ ଫ୍ରାନ୍ସର ଗାରୋନ ନଦୀ ମଧ୍ୟ ସାମିଲ ରହିଛି। ଏହି ଗ୍ରୀଷ୍ମ ପ୍ରବାହରେ ବୃଦ୍ଧବୃଦ୍ଧା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଖରା ଏମିତି ହେଉଛି ଯେ ଡାକ୍ତରଖାନା ଓ ବୃଦ୍ଧାଶ୍ରମରେ ରହିବା ମଧ୍ୟ କଷ୍ଟକର ହେଇଯାଉଛି। ବୈଜ୍ଞାନିକଙ୍କ ଆକଳନ ତୁଳନାରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇଛି। ଏହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଜୁଲାଇ ୨୨ ତାରିଖରେ ଇଟାଲୀର ସିସିଲି ସହର ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସ ରହିଥିଲା। ଫ୍ରାନ୍ସର ଫିସୋସ ତାପମାତ୍ରା ୪୪.୩ ଡିଗ୍ରୀ ଓ ସ୍ପେନ ଅନେକ ଅଞ୍ଚଳର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।
ଅନ୍ୟପକ୍ଷରେ ଚଳିତ ବର୍ଷ ୟୁରୋପର ଅନେକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହା ଦ୍ବାରା ପ୍ରାୟ ୬.୬୦ ଲକ୍ଷ ହେକ୍ଟର ଜମି ଜଳି ଯାଇଛି। ପ୍ରାୟ ୧.୨ କୋଟି ଟନ ଫସଲ ବର୍ବାଦ ହୋଇଛି। ଚଳିତ ବର୍ଷ ଖରା ୟୁରୋପକୁ ବଡ଼ ଶିକ୍ଷା ଦେଇଛି ବୋଲି ୟୁରୋପୀୟ ସଂଘର ଅଧ୍ୟକ୍ଷା ଉର୍ସୁଲା ଭାନ ଡେର ଲେୟେନ କହିଛନ୍ତି। ସେ କହିଛନ୍ତି ଯେ ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ୟୁରୋପ ଅଣ୍ଟା ଭିଡ଼ିଛି। ଏହାକୁ ବଡ଼ ବିପର୍ଯ୍ୟୟ ମାନି ନୂଆ ବ୍ୟବସ୍ଥା ବିକଶିତ କରୁଛି। ଆଗାମୀ ଦିନରେ ସର୍ବାଧିକ ବିପଦ ଥିବା ଶହେ ଅଞ୍ଚଳ ଚିହ୍ନଟ କରାଯିବ। ଏହି ସବୁ ଅଞ୍ଚଳରେ ବିପଦରୁ ବର୍ତ୍ତିବା ଲାଗି ଉପାୟ ବିକଶିତ କରାଯିବ। ‘ୱାର୍ଲ୍ଡ ୱେଦର ଆଟ୍ରିବ୍ୟୁସନ’ର ଏକ ଅଧ୍ୟୟନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ୟୁରୋପ ହନ୍ତସନ୍ତ ହେଉଛି। ବିଶ୍ବର ହାରାହାରି ତାପମାତ୍ରା ତୁଳନାରେ ଦୁଇ ଗୁଣ ବେଗରେ ୟୁରୋପ ଉତ୍ତପ୍ତ ହେଉଛି। ଆଗାମୀ ଦିନରେ ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ୟୁରୋପୀୟ ସଂଘର ଅଧ୍ୟକ୍ଷ କହିଛନ୍ତି।

Share In Social Media
Scroll to Top