odisha24 Live

Latest News

Latest News

ପୁରୀରେ ଖଜା ଦୋକାନରେ ଚଢ଼ାଉ: ଯାଞ୍ଚ ବେଳେ ଖଜାର ମାନକୁ ନେଇ ଉଠିଲା ପ୍ରଶ୍ନ!

ପୁରୀ : ଆଜି ସକାଳୁ ସକାଳୁ ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଦୋକାନ ଓ ଗଜା ତିଆରି କାରଖାନାରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଖାଦ୍ୟ ଯୋଗାଣ ବିଭାଗ ଟିମ ସହିତ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି । ପୁରୀ ବାଇପାସ ମଙ୍ଗଳାହାଟ ନିକଟରେ ସିଟି ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ ଅଭିଯାନ ଚଳାଇଛନ୍ତି ।

ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି।

ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ନିୟମ ଉଲ୍ଲଂଘନ ମିଳିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

Share In Social Media
Scroll to Top