odisha24 Live

Latest News

Latest News

ଯୁଦ୍ଧ ଶେଷ ଓ ଶାନ୍ତି ପ୍ରତିଷ୍ଠା ନେଇ ବଢ଼ୁଛି ଆଶା

ଓ୍ବାଶିଂଟନ : ବର୍ଷ ବର୍ଷ ଧରି ଜାରି ରହିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ। ପରସ୍ପର ଉପରେ ଚାଲିଛି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ। ଯୁଦ୍ଧର ଭୟାବହତା ମଧ୍ୟରେ ଅନେକ ନିରୀହ ଜୀବନ ହରାଉଛି, ଶାନ୍ତି ଫେରିବା ନେଇ ବଢ଼ୁଛି ଚିନ୍ତା। ନିକଟରେ ୟୁକ୍ରେନ ଋଷର କିଛି ବଡ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରିଥିଲା । ତେବେ ଏବେ ଏପରି ସ୍ଥାନକୁ ଟାର୍ଗେଟ୍ ନକରିବାକୁ ୟୁକ୍ରେନ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ପରେ ୟୁକ୍ରେନ୍ ଡ୍ରୋନ୍ ମାଡ଼ ରୋକିବାକୁ ନିଷ୍ପତ୍ତି ନେଇଛି ।

ରବିବାର ଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଋଷିଆର ତୈଳ ଭଣ୍ଡାର ଉପରେ ଆଟାକ୍ ନକରିବାକୁ କହିଥିଲେ । ଏହି ଆକ୍ରମଣ ଦ୍ୱାରା ସାରା ବିଶ୍ୱରେ ପ୍ରଭାବ ପଡୁଛି । ତୈଳ କାରବାର ବାଧାପ୍ରାପ୍ତ ହେଉଛି । ୟୁଏସଏରେ ଡିଜେଲ୍ ଦର ବଢିବାରେ ଲାଗିଛି ।
ଟ୍ରମ୍ପ୍ କହିଛନ୍ତି ଯେ, ଜେଲେନସ୍କିଙ୍କୁ ଗୋଟିଏ କାମ କରିବାକୁ ହେବ । ସେ ଋଷିଆର ତୈଳ ଉତ୍ସ ଉପରେ ଆକ୍ରମଣ କରିବା ବନ୍ଦ କରନ୍ତୁ । ଏହା ବାଦ ବି ଅନ୍ୟ ଟାର୍ଗେଟ୍ ରହିଛି । ସେଠାରେ ୟୁକ୍ରେନ ଆକ୍ରମଣ କରିପାରିବ । ତୈଳ ଭଣ୍ଡାରରେ ଆକ୍ରମଣ କରିବା ଅର୍ଥ ସାରା ବିଶ୍ୱକୁ ଟାର୍ଗେଟ୍ କରିବା ସହ ସମାନ ବୋଲି ଟ୍ରମ୍ପ୍ କହିଛନ୍ତି ।

Share In Social Media
Scroll to Top