
ଭୁବନେଶ୍ୱର : ବର୍ଷା ଋତୁର ବିଦାୟ ସହ ଧୀରେ ଧୀରେ ଆରମ୍ଭ ହେବ ଶରତର ଆଗମନ। ଆସନ୍ତା ୧୯ ତାରିଖରୁ ଧୀରେ ଧୀରେ ପଛକୁ ଫେରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଥମେ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ନେଇ ଆଇଏମଡିର ପୂର୍ବାନୁମାନ କରିଛି ।
ତେବେ ଲେଉଟାଣି ପୂର୍ବରୁ ବଙ୍ଗୋପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ମାସ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିପାରେ।
ଅନ୍ୟପଟେ ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତିକୁ ୟଲୋ ଆଲର୍ଟ ଜାରି। ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡି ସହ ୩୦ ରୁ ୪୦ କି.ମି ବେଗରେ ପବନ ବହିବା ନେଇ ପାଣି ବିଭାଗର ଆକଳନ।
ତେବେ ଦୁଇ ଦିନ ପର୍ଯ୍ୟନ୍ତ ସୁଖିଲା ରହିବ ପାଗ। ରାଜ୍ୟରେ ବର୍ଷା ନେଇ ନାହିଁ କୌଣସି ଆଲର୍ଟ। ସେପଟେ ୧୮ ତାରିଖରେ ୨ ଜିଲ୍ଲା କେନ୍ଦୁଝର ଏବଂ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଥିବା ବେଳେ ୧୯ରେ ୫ ଏବଂ ୨୦ ତାରିଖରେ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରଯାଇଛି।





