odisha24 Live

Latest News

Latest News

ଭୋଗରାଇ ଓରାଙ୍ଗଉଟାନ ଘଟଣାର ଖୋଲିବ ଗୁମର, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁରରୁ ୫ଟି ଓରାଂଉଟାନ୍ ଶାବକ ଉଦ୍ଧାର ଘଟଣା । ଏହାର ଖୁବ୍ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦେଖିବାକୁ ଗଲେ , ଓରାଙ୍ଗଉଟାନ ସାଧାରଣତଃ ମାଲେସିଆ ଏବଂ ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସିଆର ବର୍ଷାରଣ୍ୟରେ ଦେଖାଯାନ୍ତି। ତେଣୁ ଏମାନଙ୍କୁ କୌଣସି ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ମାଫିଆ ବା ସ୍ମଗଲିଂ ନେଟୱର୍କ ଦ୍ୱାରା ଚୋରାଚାଲାଣ କରାଯାଇ ଏଠାରେ ଛାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପ୍ରାଣୀମାନେ ଠାବ ହେବା ପୂର୍ବ ରାତିରେ ସେହି ଅଞ୍ଚଳରେ ଏକ କଳା ରଙ୍ଗର କାର୍ ସନ୍ଦେହଜନକ ଭାବେ ଯାତାୟାତ କରୁଥିଲା । ଏହାକୁ ଆଧାର କରି ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ବନ ବିଭାଗ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି ।
ଅନ୍ୟପଟେ, ଉଦ୍ଧାର ହୋଇଥିବା ୫ଟି ଯାକ ଶାବକଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଆଇସୋଲେସନ୍/କ୍ୱାରେନଟାଇନରେ ରଖି ତୀକ୍ଷ୍ଣ ନଜର ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ ବିଭାଗ, କ୍ରାଇମବ୍ରାଞ୍ଚ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ କରିଦେଇଛନ୍ତି ।

Share In Social Media
Scroll to Top