
ଭୁବନେଶ୍ୱର : ଓଡ଼ିଶାର ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଜାରି ରହିଛି ଛକାପଞ୍ଝା । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।
ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ କରିଛନ୍ତି । ଆମିକସକ୍ୟୁରି ରିପୋର୍ଟ ପଢ଼ିବାକୁ ସମୟ ନେଲେ ସଲିସିଟର ଜେନେରାଲ । ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବୋଲି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।





